Masthead

ରାମରହିମଙ୍କ କରୋନା ରିପୋର୍ଟ ନେଗେଟିଭ, ଯତ୍ନ ପାଇଁ ରହିପାରିବେନି ହନିପ୍ରୀତ

ଗୁରୁଗାଓଁ(ବଡ଼ ଖବର ବ୍ୟୁରୋ): ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡେରା ମୁଖ୍ୟ ଗୁରୁମିତ ରାମରହିମ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରବିବାର ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାିଥିଲା । ରାମରହିମଙ୍କ ଯତ୍ନ ନେବାକୁ ତାଙ୍କ ପ୍ରେମିକା ହନିପ୍ରୀତ ଡାକ୍ତରଖାନାରେ ତାଙ୍କ ଯତ୍ନନୋବକୁ ପହଞ୍ଚିଥିଲେ । ତେବେ ରାମରହିମଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା କାରଣରୁ ହନିପ୍ରୀତ ଆଉ ତାଙ୍କ ଯତ୍ନ ନେିପାରିବେ ନାହିଁ । ସୂଚନାନୁଯାୟୀ, ରାମରହିମଙ୍କୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ କୌଣସି ଆଟେଣ୍ଡଣ୍ଟ ରହିପାରିବେ ନାହିଁ ।

ଏହାପୂର୍ବରୁ ହନିପ୍ରୀତ ନିଜକୁ ଡାକ୍ତରଖାନାରେ ରାମରହିମଙ୍କ ଆଟେଣ୍ଡଣ୍ଟ ଭାବରେ ପଞ୍ଜୀକୃତ କରିଥିଲେ। ହନିପ୍ରୀତଙ୍କୁ ଡାକ୍ତରଖାନାରେ ଏକ ଆଟେଣ୍ଡାଣ୍ଟ କାର୍ଡ ମଧ୍ୟ ମିଳିଥିଲା। ତେବେ ରାମରହିମ ହରିୟାଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ ଦଣ୍ଡ ଭୋଗୁଛନ୍ତି। ଜେଲରେ ପେଟ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିବା ପରେ ଗୁରୁବାର ଦିନ ରୋହତକର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଏହା ପରେ କିଛି ପରୀକ୍ଷା କରାଯାଇଥିଲା। ପରେ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲକୁ ନିଆଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି