Masthead

ରାଜନୀତି କରିବେ କ୍ୟାପଟେନ କୁଲ୍!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୋସିଆଲ ମିଡିଆରେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନିଙ୍କ ଫଟୋ ଭାଇରାଲ ହେବା ଏବେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଧୋନି । ନିକଟରେ ଧୋନିଙ୍କୁ କିଛି ବିଜେପି ନେତାଙ୍କ ଗହଣରେ ଦେଖିବାକୁ ମିଳିଥିଲା । ସେ ରାଜନୀତିରେ ଯୋଗ ଦେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି । ନିକଟରେ ରାଞ୍ଚି ଗସ୍ତ ସମୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ଅନେକ ବିଜେପି ନେତା ଉପସ୍ଥିତ ଥିଲେ ।

ଧୋନି ମଧ୍ୟ ବିମାନ ବନ୍ଦରରେ ଉପସ୍ଥିତ ଥିଲେ । ସେଠାରେ ଉପସ୍ଥିତ ପ୍ରଦେଶ ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଦୀପକ ପ୍ରକାଶ, ରାଞ୍ଚି ବିଧାୟକ ସିପି ସିଂ ଏବଂ କାଂକେ ବିଧାୟକ ସମରି ଲାଲ ଧୋନିଙ୍କ ସହ ସାକ୍ଷାତ କରିବା ସହ ଫଟୋ ମଧ୍ୟ ଉଠାଇଥିଲେ । ତେବେ ଏହି ଫଟୋକୁ ନେଇ ଅନେକ ମହଲରୁ ଧୋନି ରାଜନୀତିରେ ଯୋଗ ଦେବା ନେଇ ଆକଳନ କରାଯାଉଛି। ବର୍ତ୍ତମାନ ଏହି ଫଟୋକୁ ନେଇ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଧୋନି ଭାରତୀୟ କ୍ରିକେଟ ଦଳରୁ ସନ୍ୟାସ ନେବା ପରେ ରାଜନୀତିରେ ଯୋଗ ଦେବା ପାଇଁ ପ୍ରଥମ ଅଫର ବିଜେପି ଦେଇଥିଲା । ସେହି ସମୟରେ ବିଜେପି ନେତା ସାଂସଦ ସଞ୍ଜୟ ସେଠ କହିଥିଲେ ଧୋନିଙ୍କ ଇଚ୍ଛା ଉପରେ ସବୁ ନିର୍ଭର କରୁଛି ।

ଧୋନିଙ୍କ ରାଜନୀତିରେ ପ୍ରବେଶକୁ ହେଉଥିବା ଚର୍ଚ୍ଚାକୁ କଂଗ୍ରେସ ମଧ୍ୟ ସେତେବେଳେ ସ୍ୱାଗତ କରିଥିଲା । ଯଦି ଧୋନି ରାଜନୀତିରେ ପ୍ରବେଶ କରନ୍ତି ତେବେ ତାଙ୍କୁ ସ୍ୱାଗତ କରାଯିବ । ସେ ଯୁବବର୍ଗଙ୍କ ପାଇଁ ରୋଲ ମଡ଼େଲ ହେବେ । ତେଣୁ ଯୁବକଙ୍କୁ ଦୃଷ୍ଟିରେ ରଖି ତାଙ୍କୁ ରାଜନୀତି କରିବାକୁ ପଡ଼ିବ ବୋଲି କହିଥିଲେ କଂଗ୍ରେସ ନେତା ରାଜେଶ ଠାକୁର । ସତରେ କ’ଣ ଯୁବବର୍ଗଙ୍କ ପାଇଁ ରୋଲ ମଡେଲ ବନିବେ ଧୋନି। କ’ଣ ରାଜନୀତିରେ ପାଦ ଥାପିବେ ମାହି ? ତେବେ ଫଟୋ ଦେଖି ଚାରିଆଡେ ଆଲୋଚନା ଚାଲିଥିବାବେଳେ ସତରେ ଧୋନୀ ବିଜେପିରେ ଯୋଗ ଦେବେ କି ନାହିଁ ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି