ବନ୍ଧା ହେଲେ ରଙ୍ଗିଲା ପୁଲିସ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ବନ୍ଧା ହେଲେ ରଙ୍ଗିଲା ପୁଲିସ । ଅନୁଗୁଳ ଜିଲ୍ଲା ପୁଲିସର ଜଣେ କର୍ମଚାରୀ ରାତି ଅଧରେ ଜଣେ ମହିଳାଙ୍କ ଘରକୁ ଗଲେ । ପୁଲିସ ବାବୁ ଖାକି ପୋଷାକ ପିନ୍ଧି ଗଲେ । ଆଉ ଖରାପ ସମ୍ପର୍କ ରଖିବା ପାଇଁ ମହିଳାଙ୍କୁ ପଚାରିଲେ । ଏଥିରେ ମହିଳା ଜଣଙ୍କ ସହମତି ପ୍ରକାଶ ନ କରିବାରୁ ପୁଲିସବାବୁ ଫେରି ନଥିଲେ । ବିଭିନ୍ନ ଢଙ୍ଗରେ ପ୍ରଭାବିତ କରି ସିଧାସିଧା ବେଲଜ୍ଜାଙ୍କ ଭଳି ପଚାରିଥିଲେ ।

ଶେଷରେ ମହିଳା ବାରମ୍ବାର ମନା କରି ଥାନାକୁ ଫୋନ କରିବାରୁ ଫେରି ଯାଇଥିଲେ ରଙ୍ଗିଲା ପୁଲିସ ବାବୁ। ପୁଲିସ ବାବୁଙ୍କ ଏଭଳି ଆଚରଣର ଭିଡିଓ ଭାଇରାଲ ପରେ ଏବେ ଅନୁଗୁଳ ପୋଲିସର ଅସଲମୁଖା ଖୋଲିଯାଇଛି । ତାଳଚେର ଥାନା ଅଧୀନରେ ସ୍ବତନ୍ତ୍ର ପୁଲିସ ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ନୀଳମଣି ମହାନ୍ତି ହାଇୱେ ପାଟ୍ରୋଲିଂ ଦାୟିତ୍ବରେ ଥିଲେ । ୨୩ ତାରିଖ ରାତିରେ ସେ ତାଳଚେର ମହାଦେବ ବିହାର ଅଞ୍ଚଳରେ ଜଣେ ମହିଳାଙ୍କ ଘରକୁ ଯାଇଥିଲେ । ତାଙ୍କ ଘର କବାଟ ବାଡେଇଥିଲେ। ଝରକା ଖୋଲି ମହିଳା ଜଣଙ୍କ ପୁଲିସ ବାବୁଙ୍କୁ ଦେଖି କବାଟ ଖୋଲିଥିଲେ ।

ମହିଳା ଜଣଙ୍କ କବାଟ ଖୋଲିବା ପରେ ପୁଲିସ ବାବୁ ଜଣଙ୍କ ଘର ଭିତରକୁ ପଶିବା ସହ ମହିଳା ଜଣଙ୍କୁ ଅସଦାଚରଣ କରିଥିଲେ । କୌଣସି ମତେ ତାଙ୍କ କବଳରୁ ମହିଳା ଜଣଙ୍କ ମୁକୁଳି କ’ଣ ପାଇଁ ଆସିଛନ୍ତି ଆଉ କଣ ଚାହୁଁଛନ୍ତି ପଚାରିବା ସହ ତାଙ୍କର ସବୁ କଥା ମୋବାଇଲରେ ରେକଡିଂ କରିଥିଲେ । ସେହି ଭିଡିଓ ଭାଇରାଲ ହେବା ପରେ ଏସପିଙ୍କ ନିର୍ଦ୍ଦେଶରେ ବଅଁରପାଳ ପୋଲିସ ରଙ୍ଗିଲା ବାବୁଙ୍କୁ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’