Masthead

ବନ୍ଧା ହେଲେ ରଙ୍ଗିଲା ପୁଲିସ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ବନ୍ଧା ହେଲେ ରଙ୍ଗିଲା ପୁଲିସ । ଅନୁଗୁଳ ଜିଲ୍ଲା ପୁଲିସର ଜଣେ କର୍ମଚାରୀ ରାତି ଅଧରେ ଜଣେ ମହିଳାଙ୍କ ଘରକୁ ଗଲେ । ପୁଲିସ ବାବୁ ଖାକି ପୋଷାକ ପିନ୍ଧି ଗଲେ । ଆଉ ଖରାପ ସମ୍ପର୍କ ରଖିବା ପାଇଁ ମହିଳାଙ୍କୁ ପଚାରିଲେ । ଏଥିରେ ମହିଳା ଜଣଙ୍କ ସହମତି ପ୍ରକାଶ ନ କରିବାରୁ ପୁଲିସବାବୁ ଫେରି ନଥିଲେ । ବିଭିନ୍ନ ଢଙ୍ଗରେ ପ୍ରଭାବିତ କରି ସିଧାସିଧା ବେଲଜ୍ଜାଙ୍କ ଭଳି ପଚାରିଥିଲେ ।

ଶେଷରେ ମହିଳା ବାରମ୍ବାର ମନା କରି ଥାନାକୁ ଫୋନ କରିବାରୁ ଫେରି ଯାଇଥିଲେ ରଙ୍ଗିଲା ପୁଲିସ ବାବୁ। ପୁଲିସ ବାବୁଙ୍କ ଏଭଳି ଆଚରଣର ଭିଡିଓ ଭାଇରାଲ ପରେ ଏବେ ଅନୁଗୁଳ ପୋଲିସର ଅସଲମୁଖା ଖୋଲିଯାଇଛି । ତାଳଚେର ଥାନା ଅଧୀନରେ ସ୍ବତନ୍ତ୍ର ପୁଲିସ ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ନୀଳମଣି ମହାନ୍ତି ହାଇୱେ ପାଟ୍ରୋଲିଂ ଦାୟିତ୍ବରେ ଥିଲେ । ୨୩ ତାରିଖ ରାତିରେ ସେ ତାଳଚେର ମହାଦେବ ବିହାର ଅଞ୍ଚଳରେ ଜଣେ ମହିଳାଙ୍କ ଘରକୁ ଯାଇଥିଲେ । ତାଙ୍କ ଘର କବାଟ ବାଡେଇଥିଲେ। ଝରକା ଖୋଲି ମହିଳା ଜଣଙ୍କ ପୁଲିସ ବାବୁଙ୍କୁ ଦେଖି କବାଟ ଖୋଲିଥିଲେ ।

ମହିଳା ଜଣଙ୍କ କବାଟ ଖୋଲିବା ପରେ ପୁଲିସ ବାବୁ ଜଣଙ୍କ ଘର ଭିତରକୁ ପଶିବା ସହ ମହିଳା ଜଣଙ୍କୁ ଅସଦାଚରଣ କରିଥିଲେ । କୌଣସି ମତେ ତାଙ୍କ କବଳରୁ ମହିଳା ଜଣଙ୍କ ମୁକୁଳି କ’ଣ ପାଇଁ ଆସିଛନ୍ତି ଆଉ କଣ ଚାହୁଁଛନ୍ତି ପଚାରିବା ସହ ତାଙ୍କର ସବୁ କଥା ମୋବାଇଲରେ ରେକଡିଂ କରିଥିଲେ । ସେହି ଭିଡିଓ ଭାଇରାଲ ହେବା ପରେ ଏସପିଙ୍କ ନିର୍ଦ୍ଦେଶରେ ବଅଁରପାଳ ପୋଲିସ ରଙ୍ଗିଲା ବାବୁଙ୍କୁ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ