Masthead

ବାପ ଛେଉଣ୍ଡ ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାପଛେଉଣ୍ଡ ଜଣେ ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ । ଶନିବାର ସନ୍ଧ୍ୟାରେ ଏହି ଲଜ୍ଜାଜନକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳରେ । ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ଅଭିଯୁକ୍ତ ପ୍ରତାପ ପୃଷ୍ଟି ଓରଫ ଧଳିଆକୁ ଗିରଫ କରିଛି ପୋଲିସ । ଅଭିଯୋଗ ଅନୁଯାୟୀ, ଶନିବାର ପ୍ରାୟ ସାଢ଼େ ୬ଟାରେ ପୀଡ଼ିତା ପାଖ ବଜାରକୁ ଜଳଖିଆ ଆଣିବା ପାଇଁ ଯାଇଥିଲେ । ଏକାକୀ ଦେଖି ପ୍ରତାପ ତାଙ୍କୁ ୨୦ ଟଙ୍କା ଦେବା ସହ କିଛି ବାଟ ପିଛା କରିଥିଲେ ।

ଏହାପରେ ସୁଯୋଗ ଦେଖି ତାଙ୍କୁ ଜୋର ଜବରଦସ୍ତ ଏକ ଅନ୍ଧାରୁଆ ସ୍ଥାନକୁ ନେଇଯାଇଥିଲେ । ସେଠାରେ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ନାବାଳିକା ଜଣକ ଚିତ୍କାର କରିବାରୁ ପ୍ରତାପ ତାଙ୍କୁ ମାଡ଼ ମାରିବା ସହ ତଣ୍ଟିଚିପି ମାରିଦେବାକୁ ଧମକ ଦେଇଥିଲେ । ସୌଭାଗ୍ୟବଶତଃ ନାବାଳିକା ଜଣକ ପ୍ରତାପ କବଳରୁ ଖସିଆସି ଘରେ ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହା ଜାଣିବା ପରେ ପରିବାର ଲୋକେ ପ୍ରତାପକୁ କାବୁ କରି ପୋଲିସ ଖବର ଦେଇଥିଲେ । ଏ ନେଇ ଥାନାରେ ଦଫା ୩୬୬, ୩୪୧, ୩୫୪, ୩୫୪(ଏ), ୩୫୪(ବି), ୩୨୩, ୩୦୭ ଏବଂ ୮ ପକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି । ରବିବାର ପୋଲିସ ପ୍ରତାପଙ୍କ ଡାକ୍ତରୀମାଇନା କରାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା