Masthead

ବାପ ଛେଉଣ୍ଡ ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାପଛେଉଣ୍ଡ ଜଣେ ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ । ଶନିବାର ସନ୍ଧ୍ୟାରେ ଏହି ଲଜ୍ଜାଜନକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳରେ । ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ଅଭିଯୁକ୍ତ ପ୍ରତାପ ପୃଷ୍ଟି ଓରଫ ଧଳିଆକୁ ଗିରଫ କରିଛି ପୋଲିସ । ଅଭିଯୋଗ ଅନୁଯାୟୀ, ଶନିବାର ପ୍ରାୟ ସାଢ଼େ ୬ଟାରେ ପୀଡ଼ିତା ପାଖ ବଜାରକୁ ଜଳଖିଆ ଆଣିବା ପାଇଁ ଯାଇଥିଲେ । ଏକାକୀ ଦେଖି ପ୍ରତାପ ତାଙ୍କୁ ୨୦ ଟଙ୍କା ଦେବା ସହ କିଛି ବାଟ ପିଛା କରିଥିଲେ ।

ଏହାପରେ ସୁଯୋଗ ଦେଖି ତାଙ୍କୁ ଜୋର ଜବରଦସ୍ତ ଏକ ଅନ୍ଧାରୁଆ ସ୍ଥାନକୁ ନେଇଯାଇଥିଲେ । ସେଠାରେ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ନାବାଳିକା ଜଣକ ଚିତ୍କାର କରିବାରୁ ପ୍ରତାପ ତାଙ୍କୁ ମାଡ଼ ମାରିବା ସହ ତଣ୍ଟିଚିପି ମାରିଦେବାକୁ ଧମକ ଦେଇଥିଲେ । ସୌଭାଗ୍ୟବଶତଃ ନାବାଳିକା ଜଣକ ପ୍ରତାପ କବଳରୁ ଖସିଆସି ଘରେ ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହା ଜାଣିବା ପରେ ପରିବାର ଲୋକେ ପ୍ରତାପକୁ କାବୁ କରି ପୋଲିସ ଖବର ଦେଇଥିଲେ । ଏ ନେଇ ଥାନାରେ ଦଫା ୩୬୬, ୩୪୧, ୩୫୪, ୩୫୪(ଏ), ୩୫୪(ବି), ୩୨୩, ୩୦୭ ଏବଂ ୮ ପକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି । ରବିବାର ପୋଲିସ ପ୍ରତାପଙ୍କ ଡାକ୍ତରୀମାଇନା କରାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ