Masthead

ମେ ୨୬ରେ ଆଇପିଏଲ ଫାଇନାଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ ୨୦୨୪ । ଲୋକସଭା ନିର୍ବାଚନ ଯୋଗୁଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଟାଟା ଆଇପିଏଲ-୨୦୨୪ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କରାଯାଇନଥିଲା । ହେଲେ ଆଜି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କରିଛି ବୋର୍ଡ । ମେ ୨୬ ତାରିଖରେ ଚେନ୍ନାଇରେ ଫାଇନାଲ ମ୍ୟାଚ ଖେଳାଯିବ ।

୧୩ଟି ସହରରେ ୭୪ଟି ମ୍ୟାଚ ଖେଲାଯିବ । ପୂର୍ବରୁ ୧୭ ଦିନ ପାଇଁ କେବଳ ୨୧ଟି ମ୍ୟାଚର କାର୍ଯ୍ୟସୂଚୀ ଜାରି କରାଯାଇଥିଲା । ଏବେ ବୋର୍ଡ ପକ୍ଷରୁ ଆଉ ୫୩ଟି ମ୍ୟାଚ ପାଇଁ ତାରିଖ ଘୋଷଣା କରାଯାଇଛି । ଗତ ମାସରେ ବିସିସିଆଇ ୧୭ ଦିନର ଶିଡ୍ୟୁଲ କରିଥିଲା । ସେଥିରେ ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ୟ୍ୟନ୍ତ ମ୍ୟାଚର ତାରିଖ ଓ ଭେନ୍ୟୁ ରହିଥିଲା । ଏବେ ଏପ୍ରିଲ ୮ରୁ ମେ ୨୬ ପର୍ୟ୍ୟନ୍ତ ମ୍ୟାଚର ସବିଶେଷ ବିବରଣୀ ଜାରି କରାଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମେ ୨୬ରେ ଚେନ୍ନଇର ଏମଏ ଚିଦମ୍ବରମ୍ ଷ୍ଟାଡିୟମରେ ଖେଳାଯିବ । ୧୩ଟି ସହରରେ ୭୪ଟି ମ୍ୟାଚ ଖେଳାଯିବ । ଚେନ୍ନାଇ, ବେଙ୍ଗାଲୁରୁ, ମୁମ୍ବାଇ, ହାଇଦ୍ରାବାଦ, ଜୟପୁର, କୋଲକାତା, ଦିଲ୍ଲୀ, ମୋହାଲି, ଅହମଦାବଦ, ଓ ଲକ୍ଷ୍ନୌ ପରି ୧୦ଟି ମୁଖ୍ୟ ସହର ସମେତ ବିଶାଖାପଟ୍ଟନମ୍, ଗ୍ୱାହାଟୀ ଓ ଧର୍ମଶାଳା ସାମିଲ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା