ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଭୋଟର କାର୍ଡ ସଂଶୋଧନ କରାଇବା ପାଇଁ ମହିଳାଙ୍କୁ ଅସଦାଚରଣ । ଚାନ୍ଦବାଲି ବାଂଶଡା ଥାନା କରଞ୍ଜମାଳରୁ ଆସିଛି ଏଭଳି ଲଜ୍ଜାଜନକ ଘଟଣା । ଅଙ୍ଗନବାଡ଼ି ସେଣ୍ଟର ଭିତରେ ମହିଳାଙ୍କୁ ବଳାତ୍କାର ହୋଇଥିବା ନେଇ ବାଂଶଡା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ସୂଚନା ଅନୁସାରେ କରଞ୍ଜମାଳ ଅଙ୍ଗନବାଡି କେନ୍ଦ୍ରର ଶିକ୍ଷୟତ୍ରୀ ଶ୍ୱେତଲତା ରାଉତ ସେହି ଗ୍ରାମର ପ୍ରିୟଙ୍କା ନାୟକଙ୍କୁ ଆସି ତାଙ୍କ ଘରେ ଭୋଟର କାର୍ଡ ସଂଶୋଧନ କରାଇନେବାକୁ ଫୋନ କରି ଡାକିଥିଲେ । ପ୍ରିୟଙ୍କା ନାୟକ ଏବଂ ତାଙ୍କ ସ୍ୱାମୀ ଦେବୀ ପ୍ରସାଦ ନାୟକ ଆସି ଅଙ୍ଗନବାଡି କର୍ମୀଙ୍କ ଘରେ ପହଂଚିଥିଲେ । ଏହି ସମୟରେ ଅଙ୍ଗନବାଡି କର୍ମୀଙ୍କ ସ୍ୱାମୀ ଭାଗିରଥି ପଲେଇ ପ୍ରିୟଙ୍କାଙ୍କ ସ୍ୱାମୀକୁ ଆଧାର କାର୍ଡ ଜେରକ୍ସ ଆଣିବାକୁ କହି ନିକଟସ୍ଥ ବଜାରକୁ ପଠାଇବା ସହ ନିଜ ସ୍ତ୍ରୀ ଶ୍ଵେତଲତା କୁ ମଧ୍ୟ ପଡୋଶୀଙ୍କ ଘରକୁ ପଠାଇଦେଇ ଥିଲେ । ପରେ ପ୍ରିୟଙ୍କାକୁ ଜୋର ଜବରଦସ୍ତ ବଳାତ୍କାର କରିଥିଲେ ।

ପ୍ରିୟଙ୍କା ପାଟି କରିବାରୁ ପଡୋଶୀ ମାନେ ଆସି ପହଂଚି ଯିବାରୁ ଆସାମୀ ଭାଗିରଥି ପଲେଇ ସମସ୍ତଙ୍କୁ କୁରାଢ଼ୀ ଧରି ମାରିଦେବାକୁ ଧମକ ଦେବା ସହ ଯିଏ ପୁଲିସରେ ସାକ୍ଷୀ ଦେବ ତାକୁ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା । ବିଳମ୍ବିତ ରାତିରେ ପୀଡିତା ଯାଇ ବାଂଶଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆସାମୀ ଭାଗିରଥି ପଲେଇ ଫେରାର ହୋଇଯାଇଥିଲେ । ମୋବାଇଲ ଟ୍ରାକିଙ୍ଗରୁ ସେ କେନ୍ଦ୍ରାପଡ଼ାରୁ ଚାନ୍ଦବାଲି ଆସୁଥିବା ବେଳେ ବାଂଶଡା ଆଇଆଇସି ଶ୍ରୀବଲଭ ସାହୁ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Leave a Reply

Your email address will not be published. Required fields are marked *