ଆର୍ୟନଙ୍କ ସମର୍ଥନରେ ବାହାରିଲେ ମେହମୁବା ମୁଫତି

କାଶ୍ମୀର(ବଡ଼ ଖବର ବ୍ୟୁରୋ): ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ବାରମ୍ବାର ବେଲ ପାଇଁ ଆବେଦନ କରୁଥିବା ସତ୍ତେ୍ୱ ଆର୍ୟନଙ୍କୁ ବେଲ ମିଳିପାରୁ ନାହିଁ । ସେପଟେ ଆର୍ୟନ ଗିରଫ ହେବା ପରେ ତାଙ୍କୁ ବଲିଉଡର ଦ୍ୱିତୀୟ ସଞ୍ଜୟ ଦତ୍ତର ଆଖ୍ୟ ମଧ୍ୟ ଦିଆ ସାରିଲେଣି । ଏପରିକି ବର୍ତ୍ତମାନ ସାରା ଦେଶରେ ଆର୍ୟନ ଖାନ ସମାଲୋଚନା ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଆର୍ୟନ ଖାନଙ୍କ ସମର୍ଥନରେ ବାହାରିଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ବାରମ୍ବାର ଧର୍ମ ଓ ଉତ୍ତେଜନାମୂଳକ ବିବୃତ୍ତି ଦେଇ ଚର୍ଚ୍ଚାରେ ରହିଥାନ୍ତି ମେହବୁବା ।

ତେବେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଜଣେ ମୁସଲମାନ ହୋଇଥିବାରୁ ତାଙ୍କୁ ହଇରାଣ କରାଯାଉଛି ବୋଲି ମେହବୁବା କହିଛନ୍ତି । କେବଳ ଏତିକି ନୁହେଁ ବରଂ ଚାରି ଜଣ କୃଷକଙ୍କୁ ହତ୍ୟା କରିଥିବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ନ୍ୟାୟଯୁକ୍ତ ଯାଞ୍ଚ ପରିବର୍ତ୍ତେ କେନ୍ଦ୍ରୀୟ ଏଜେନ୍ସିମାନେ ୨୩ ବର୍ଷର ବାଳକକୁ ଅନୁସରଣ କରୁଛନ୍ତି । ଏହାର ମୂଳ କାରଣ ହେଉଛି ସେ ଜଣେ ମୁସଲମାନ । ଏହା ସହ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିବା ପାଇଁ ମଧ୍ୟ ପଛାଇ ନାହାଁନ୍ତି ମେହବୁବା । ଏ ଖବର ସାମ୍ନାକୁ ଆସିବା ପରେ ଏହା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହା ଛଡ଼ା ଅକ୍ଟୋବର ୧୩ରେ ଆର୍ୟନ ଖାନଙ୍କ ଶୁଣାଣି ହେବାକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ