Masthead

ବିଶ୍ୱରେ ବିରଳ ଭାସମାନ ଡାକଘର

କାଶ୍ମୀର(ବଡ଼ ଖବର): ବିଶ୍ୱରେ ଭାରତ ହେଉଛି ଡାକର ସବୁଠୁ ବଡ଼ ନେଟୱର୍କ । ଯେଉଁଠାରେ ୧,୫,୦୧୫ଟି ଡାକଘର ରହିଛି । ଏହି ସେବାଟି ପ୍ରାୟ ୫ଶହ ବର୍ଷ ପୁରୁଣା । ଏଠାରେ ହାରାହାରି ପ୍ରତ୍ୟେକ ଡାକଘର ସାତ ହଜାରରୁ ଅଧିକ ଲୋକଙ୍କୁ ସେବା ଯୋଗାଇଥାଏ । କିନ୍ତୁ ସବୁଠୁ ବଡ଼ କଥା ହେଉଛି ବିଶ୍ୱର ବିରଳ ତଥା ସବୁଠାରୁ ସ୍ୱତନ୍ତ୍ର ଡାକଘର ଜାମ୍ମୁ କାଶ୍ମୀରରେ ରହିଛି । ହଁ, ଶ୍ରୀନଗରର ଡାଲ ହ୍ରଦ କୂଳରେ ଥିବା ଏହା ଏକ ଭାସମାନ ଡାକଘର । ଏହା ହେଉଛି ଏକମାତ୍ର ଡାକଘର ଯାହା ରାତିରେ ମଧ୍ୟ ଖୋଲା ରହେ ।

୬ ବର୍ଷ ପୂର୍ବେ, ଏହି ଡାକଘରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଲା । ପରେ ଏହାକୁ ପୁନରୁଦ୍ଧାର କରାଯାଇଥିଲା । ଶ୍ରୀନଗରରେ ୨୪ ଘଣ୍ଟା ଖୋଲା ଥିବା ଏହି ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ଜେନେରାଲ୍ ଥିଲେ ଜେନେରାଲ୍ ଜନ୍ ସାମୁଏଲ୍ ।

ସାମୁଏଲ ପୋଷ୍ଟ ଅଫିସରେ ପହଞ୍ଚିବା ମାତ୍ରେ ଆଗ ଏହାକୁ ସଫା କରୁଥିଲେ । ସାମୁଏଲଙ୍କ ଉଦ୍ୟମର ଫଳ ହେଉଛି ଆଜି ଏହି ଡାକଘରଟି ଏକ ପର୍ୟ୍ୟଟନ କେନ୍ଦ୍ର ଭାବରେ ପରିଚିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ