Masthead

ଗାଁ କୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡିଲେ ମହିଳା

ଘସିପୁରା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ମଦନପୁର ପଞ୍ଚାୟତ ଖଡିକାଶୁଳବାହାଳୀ ଗ୍ରାମକୁ ନିଶାମୁକ୍ତ କରିବା ପାଇଁ ମହିଳାମାନେ ଆଜି ଅଣ୍ଟା ଭିଡ଼ି ଫ୍ଲାକକାର୍ଡ ଧରି ପ୍ରଚାର କରିଛନ୍ତି। ଏଥିପାଇଁ ମହିଳାଙ୍କ ପକ୍ଷରୁ ଜନସଚେତନତା ଅଭିଯାନ ଆରମ୍ଭ ହୋଇଛି । ଗାଁର ଶତାଧିକ ମହିଳା ଝାଡ଼ୁ, ଠେଙ୍ଗା ଓ ପ୍ଲାକାର୍ଡ ଧରି ମଦ ବିରୋଧି ନାରା ଦେଇ ସାହି ସାହି ବୁଲି ପଦଯାତ୍ରା କରିବା ସହ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଜରିଆରେ ଚୋରା ମଦ ବେପାରୀ ଓ ମଦ୍ୟପଙ୍କୁ କଡା ଚେତାବନୀ ଦେଇଥିଲେ।

ବେଆଇନ ମଦ ବିକ୍ରି କରୁଥିବା ବ୍ୟକ୍ତି ବିଶେଷ ୨୪ ଘଣ୍ଟା ଭିତରେ ସେମାନଙ୍କ ବେପାର ବନ୍ଦ କରିବାକୁ ତାଗିଦ କରିଥିଲେ। ପଦଯାତ୍ରାକୁ ସମର୍ଥନ କରି ଗ୍ରାମର ସମସ୍ତ ଜନସାଧାରଣ ଗାଁ ମଣ୍ତପ ନିକଟରେ ଏକତ୍ରୀତ ହୋଇ ଗାଁକୁ ନିଶାମୁକ୍ତ ଗାଁ ଘୋଷଣା କରିବା ସହ ଦଳମତ ନିର୍ବିଶେଷରେ ରେ ସମସ୍ତେ ସମର୍ଥନ ଜଣାଇ ସାମୂହିକ ଶପଥ ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର