Masthead

ରାୟଗଡା କଂଗ୍ରେସର ନିଆରା ବାହାଘର, ବିଜେପି ବରକୁ ବିଜେଡି କନ୍ୟା

ଗୁଣୁପୁର(ବଡ଼ ଖବର ବ୍ୟୁରୋ): ବିଜେପି ବରକୁ ବିଜେଡି କନ୍ୟା । ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି ଭିନ୍ନ ବିବାହ । ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ କେନ୍ଦ୍ରର ବିଜେପି ସରକାର ସହ ରାଜ୍ୟର ବିଜେଡି ସରକାରଙ୍କ ମଧ୍ୟରେ ବିବାହ ଉତ୍ସବ କରାଇଛି କ୍ରଂଗ୍ରେସ । କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଦିନିକିଆ ଗସ୍ତରେ ଗୁଣୁପୁର ଆସି ଏହି ବିବାହ ଉତ୍ସବରେ ଯୋଗ ହେଇଥିଲେ । ବିଜେପି-ବିଜେଡି ମଧ୍ୟରେ ମଧୁର ସମ୍ପର୍କ ଥିବା ଅଭିଯୋଗ କରି କଂଗ୍ରେସ ଏହି ବିବାହ ଆୟୋଜନ କରିଥିଲା ।

ଏହି ଅବସରରେ କଂଗ୍ରେସ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ହିନ୍ଦୁ ରୀତିନୀତିରେ ବିବାହ କରାଯିବା ସହ ଅବିକଳ ସେମିତି ଢଙ୍ଗରେ ହୋମ ଯଂଜ୍ଞ, ହସ୍ତଗଣ୍ଠି, ସିନ୍ଦୁର ପିନ୍ଧାଯାଇ ବିବାହ ସମ୍ପନ କରାଇଥିଲେ । ଶେଷରେ ବିବାହ ଭୋଜି ମଧ୍ୟ ଆୟୋଜନ କରାଯାଇଥିଲା । ଓଡ଼ିଶାକୁ ଧ୍ୱଂସ କରିବାକୁ ଉଭୟ ବିଜେଡି ଓ ବିଜେପି ହାତ ମିଳାଇଛନ୍ତି, ତେଣୁ ଏହି ଭ୍ରଷ୍ଟାଚାର ସରକାରଙ୍କ ବିରୋଧରେ ଆଗାମୀ ସାଧାରଣ ନିର୍ବାଚନରେ ଜନସାଧାରଣ ତାର ଉଚିତ୍ ଜବାବ ଦେବେ ବୋଲି ସେ ନିଜ ଅଭିବାଦନରେ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ