Masthead

ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ହ୍ରାସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ଦ୍ରାସ ପାଇଛି । ଚଳିତ ବର୍ଷ ଅଗଷ୍ଟରେ ଓଡ଼ିଶାର ମୋବାଇଲ ଗ୍ରାହକଙ୍କ ସଂଖ୍ୟା ଦେଢ ଲକ୍ଷରୁ ଅଧିକ ହ୍ରାସ ପାଇଛି । ରିଲିଆନ୍ସ ଜିଓକୁ ବାଦ ଦେଲେ ଅନ୍ୟ କୌଣସି ଟେଲିକମ କମ୍ପାନୀ ନୂଆ ଗ୍ରାହକ ଯୋଡ଼ିବାରେ ସଫଳ ହୋଇନାହାନ୍ତି । ଘରୋଇ ସଂସ୍ଥା ଏୟାରଟେଲ ଓ ଭୋଡାଫୋନ, ଆଇଡିଆ କମ୍ପାନୀ ବହୁ ପୁରୁଣା ଗ୍ରାହକଙ୍କୁ ହରାଇଥିବା ବେଳେ ସରକାରୀ ସଂସ୍ଥା ବିଏସଏନଏଲ କମ୍ପନୀ ମଧ୍ୟ ବହୁ ପୁରୁଣା ଗ୍ରାହାକଙ୍କୁ ହରାଇଛି । ଯାହା ଭାରତୀୟ ଟେଲିକମ ନିୟାମକ ବା ଟ୍ରାଇ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି ।

ରିପୋର୍ଟ ଅନୁଯାୟୀ ଅଗଷ୍ଟରେ ଏୟାରଟେଲ ସର୍ବାଧିକ ୧ ଲକ୍ଷ ୧ହଜାର ୯୨୮ଜଣ ଗ୍ରାହକଙ୍କୁ ହରାଇଛି । ଫଳରେ କମ୍ପାନୀ ମୋଟ ଗ୍ରାହକଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୭୪ ହଜାର ୬୩୦କୁ ହ୍ରାସ ପାଇଛି । ସେହିପରି ଭୋଡାଫୋନ ୩୮ ହଜାର ୬୨୭ ଜଣ ଗ୍ରାହକକୁ ହରାଇଥିବାବେଳେ ବିଏସଏନଏଲ ୪୧ ହଜାର ୪୬୮ ଜଣ ଗ୍ରାହକଙ୍କୁ ହରାଇଛି । କିନ୍ତୁ ରିଲାଏନ୍ସ ଜିଓ କମ୍ପାନୀ ଏହି ମାସରେ ୨୯ ହଜାର ୯୮୯ ଜଣ ନୂଆ ଗ୍ରାହକଙ୍କୁ ହାସଲ କରିଛଇ । ଫଳରେ ମୋଟ ଗ୍ରାହକଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୪୪ ହଜାର ୮୬୧କୁ ବୃଦ୍ଧି ପାଇଛି ।

ଅଗଷ୍ଟ ମାସ ଶେଷ ସୁଦ୍ଧା ରାଜ୍ୟରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ଜୁଲାଇ ତୁଳନାରେ ୧ ଲକ୍ଷ ୫୨ ହଜାର ୪୫ ହ୍ରାସ ପାଇ ୩ କୋଟି ୪୮ ଲକ୍ଷ ୯୪ ହଜାର ୨୧୧ରେ ପହଞ୍ଚିଛି । ଅଗଷ୍ଟ ମାସରେ ଲ୍ୟାଣ୍ଡଲାଇନ ଗ୍ରାହକଙ୍କ ସଂଖ୍ୟା ୬ହଜାର ୪୩୩କୁ ବୃଦ୍ଧି ପାଇ ୨ ଲକ୍ଷ ୮୭ ହଜାର ୧୬୧ରେ ପହଞ୍ଚିଛି । ସର୍ବଭାରତୀୟ ସ୍ତରରେ ଅଗଷ୍ଟ ମାସରେ ଦେଶରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧ ଲକ୍ଷ ୧୨ ହଜାର ୯୦୪ ହ୍ରାସ ପାଇଛି । ଫଳରେ ଦେଶର ମୋଟ ମୋବାଇଲ ଗ୍ରାହାକଙ୍କ ସଂଖ୍ୟା ୧୧୮ କୋଟି ୬୭ ଲକ୍ଷ ୨୪ ହଜାର ୧୯୧କୁ ହ୍ରାସ ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି