ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ରସଗୋଲା ଦିବସ। ନୀଳାଦ୍ରି ବିଜେବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ କାଳିଆ ସାଆନ୍ତ। ସେଥିପାଇଁ ଆଜିର ଦିନକୁ ଓଡ଼ିଆମାନେ ରସଗୋଲା ଦିବସ ଭାବେ ମଧ୍ୟ ପାଳନ କରୁଛନ୍ତି। ଏହି ଅବସରରେ ପାହାଳ ଠାରେ ମଧ୍ୟ ପାଳିତ ହେଉଛି ବିଶ୍ୱ ରସଗୋଲା ଦିବସ ।
୨୦୧୫ରୁ ପାହାଳ ଠାରେ ଆରମ୍ଭ ହୋଇଥିଲା ବିଶ୍ୱ ରସଗୋଲା ଦିବସ । ଆଜକୁ ୯ ବର୍ଷ ଧରି ପାଳନ ହୋଇ ଆସୁଥିବା ଏହି ରସଗୋଲା ଦିବସରେ ପରସ୍ପର ପରସ୍ପରକୁ ରସଗୋଲା ଖୁଆଇବା ସହିତ ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ କରାଯାଏା ଏଠାରେ ରାଜନେତାଙ୍କ ଠାରୁ ସମାଜସେବୀ ରସଗୋଲା ପ୍ରେମୀ ଭାଗ ନେଇ ଏହି ଦିବସର ମଜା ନିଅନ୍ତିା