Masthead

୧୦୦ ଦ୍ୱାର ବିଶିଷ୍ଟ ମନ୍ଦିର, ଜାଣିଲେ ଆପଣଙ୍କ ମଥା ନଇଁଯିବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୃଥିବୀରେ ଥିବା ବିଭିନ୍ନ ଉପାସନା ପୀଠରେ ଲାଗିଥିବା କବାଟ ସଂଖ୍ୟା କେତେ ହେବ? ୪, ୮, ୧୬ କିମ୍ବା ୩୨ । ମାତ୍ର ପୃଥିବୀରେ ଏମିତି ମନ୍ଦିର ଅଛି ଯାହାର କବାଟ ସଂଖ୍ୟ ୧୦୦ । ଏହି ମନ୍ଦିର ଅଛି ବାଂଲାଦେଶରେ । ବାଂଲାଦେଶକୁ ୨ ଦିନିଆ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜେଶୋରେଶ୍ୱରୀ କାଳୀ ମନ୍ଦିର ଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦର୍ଶନ ପୂର୍ବରୁ ସତଖୀରା ଜିଲ୍ଲାର ଈଶ୍ୱରପୁରସ୍ଥିତ ଏହି ମନ୍ଦିରକୁ ସୁନ୍ଦର ଭାବେ ସଜ୍ଜାଯାଇଥିଲା । ଏହି ମନ୍ଦିର ୫୧ ଶକ୍ତିପୀଠ ମଧ୍ୟରେ ଅନ୍ୟତମ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନ ପାଇଁ  କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମନ୍ଦିର ପରିସର ଏବଂ ଆଖପାଖ ଅଂଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲ। । ମନ୍ଦିର ପୂଜାରୀ ଦିଲୀପ ମୁଖାର୍ଜୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ମନ୍ଦିରକୁ ଗସ୍ତ କରିବା ସୌଭାଗ୍ୟର ବିଷୟ । ପ୍ରଧାନମନ୍ତ୍ରୀ ମୋଦି ଭଗବାନ ଶିବଙ୍କର ଅନ୍ୟତମ ଭକ୍ତ । ଏହା ବ୍ୟତୀତ ସେ ମା’ଦୁର୍ଗାଙ୍କୁ ମଧ୍ୟ ପୂଜା କରନ୍ତି । ପ୍ରତିବର୍ଷ ନବରାତ୍ରୀରେ ମୋଦି ୯ ଦିନ ପାଇଁ ବ୍ରତ ମଧ୍ୟ ରଖିଥାନ୍ତି ।ବାଂଲାଦେଶର ଏହି ପ୍ରସିଦ୍ଧ ମନ୍ଦିରର ନିର୍ମାଣ ଜଣେ ବ୍ରାହ୍ମଣ କରିଥିଲେ । କିନ୍ତୁ ଏହି ମନ୍ଦିରର ନିର୍ମାଣ ଆଜି ବି ରହସ୍ୟ ଘେରରେ ରହିଛି । କାଳୀପୂଜା ସମୟରେ ଏଠାକୁ ବହୁ ସଂଖ୍ୟାରେ ଭକ୍ତଙ୍କ ଆଗମନ ହୋଇଥାଏ । ଦିନ ସାରା ମେଳା ଲାଗିଥାଏ ।

କୁହାଯାଇଥାଏ ଯେ, ମନ୍ଦିରରେ ୧୦୦ଟି କବାଟ ଲାଗିଥିଲା । କିନ୍ତୁ ବର୍ତ୍ତମାନ ମନ୍ଦିରର ପୂର୍ବ ଅବସ୍ଥା ଆଉ ନାହିଁ । ଐତିହାସିକ ତଥ୍ୟ ଅନୁସାରେ ତ୍ରୟୋଦଶ ଶତାବ୍ଦୀରେ ଲକ୍ଷ୍ମଣ ସେନ ଓ ପ୍ରତାପାଦିତ୍ୟ ଏହି ମନ୍ଦିରରେ ଜୀର୍ଣ୍ଣଦ୍ୱାର କାମ କରିଥିଲେ । ଏହା ପରେ ମନ୍ଦିର ସହିତ ସଂପର୍କିତ କୌଣସି ଐତିହାସିକ ସାକ୍ଷୀ ନାହିଁ । ୧୯୭୧ରେ ବାଂଲାଦେଶ ସ୍ୱାଧୀନତା ସମୟରେ ଏହି ମନ୍ଦିର ଦୟନୀୟ ଅବସ୍ଥାରେ ପହଂଚି ସାରିଥିଲା । ମୋଦିଙ୍କ ଗସ୍ତ ପରେ ଏହି ମନ୍ଦିରର ସୁରକ୍ଷା ପାଇଁ ବାଂଲା ସରକାର କିଛି ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ