Masthead

କୈଳାସଙ୍କୁ ମିଳୁନି ରାସନ

ଚିଲିକା (ବଡ଼ ଖବର ବ୍ୟୁରୋ): ତେଲିଆ ମୁଣ୍ଡରେ ତେଲ । ଥିଲାବାଲାଙ୍କୁ ମିଳୁଛି ରାସନ । ଘରଦ୍ୱାର ନଥିବା ଅସହାୟ ପଡୁଛନ୍ତି ବାଦ । ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ରାସନକାର୍ଡ ମିଳିନାହିଁ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଆଙ୍ଗୁଲା ପଞ୍ଚାୟତ ସାମନ୍ତସିଂହାରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ସାମନ୍ତସିଂହାରପୁର ଗାଁର କୈଳାସ ପାଇକରାୟ । ରହିବାକୁ ଘର ଖଣ୍ଡେ ନାହିଁ । ଝାଟିମାଟି ଘର ଭାଙ୍ଗି ଯିବାପରେ ଭଡା ଘରେ ରହୁଛନ୍ତି ତାଙ୍କ ପରିବାର । ଗ୍ୟାରେଜରେ କାମ କରି ଯାହା ରୋଜଗାର କରୁଛନ୍ତି ସେତିକିରେ ଚଳୁଛି ପରିବାର । ରାସନକାର୍ଡ ନଥିବାରୁ ତାଙ୍କୁ ମିଳୁନି ରାସନ । ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କେହି ତାଙ୍କ ଦୁଃଖ ଶୁଣିନାହାନ୍ତି । ସେପଟେ ଗାଁରେ ଥିଲାବାଲା ଲୋକ ରାସନକାର୍ଡ ଅନ୍ତର୍ଭୁକ୍ତ ହୋଇଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ରାସନକାର୍ଡରୁ ବାଦ କରାଯାଇଥିବା କୈଳାସ କହିଛନ୍ତି । ରାସନକାର୍ଡ ମିଳିଲେ ପରିବାରର କିଛିଟା କଷ୍ଟ କମିଯାଆନ୍ତା ବୋଲି କହିଛନ୍ତି କୈଳାସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା