Masthead

ନିଲାମ ହେଲା ଆଇନଷ୍ଟାଇନଙ୍କ ହାତ ଲେଖା ଚିଠି

(ବଡ଼ ଖବର ବ୍ୟୁରୋ): ନିଲାମ ହେଲା ବିଶ୍ୱ ବିଖ୍ୟାତ ବୈଜ୍ଞାନିକଙ୍କ ହାତ ଲେଖା ଚିଠି । ୧.୨ମିଲିୟନ ଡଲାରରେ ଏହାର ନିଲାମ ହୋଇଛି । ତେବେ ଆଇନଷ୍ଟାଇନଙ୍କ ଯେଉଁ ଗାଣିତିକ ସୂତ୍ର ସମ୍ପୂର୍ଣ୍ଣ ଭୌତିକ ବିଜ୍ଞାନ ଜଗତକୁ ଚକିତକରିଥିଲା ତାହାକୁ ଏବେ ନିଲାମ କରାଯାଇଛି । ସେ ଦେଇଥିବା ଫର୍ମୁଲା “ଇ ଇକ୍ୱାଲ ଟୁ ଏମସି’ ଯାହାକୁ ଆଜି ବି ଭୌତିକ ବିଜ୍ଞାନରେ ଗୁରୁତ୍ୱପୂର୍ଣ୍ଣ ହୋଇ ହୋଇ ରହିଛି ତାହାକୁ ସେ ଯେଉଁଥିରେ ନିଜ ହାତରେ ଲେଖିଥିଲେ ତାହାକୁ ଏବେ ନିଲାମ କରାଯାଇଛି । ବୋଷ୍ଟନ ସ୍ଥିତ ଆରଆର ସଂସ୍ଥା ଏହି ନିଲାମ ଆୟୋଜନ କରିଥିଲା । ଏହି ଚିଠିକୁ ୧.୨ ମିଲିୟନ ଡଲାରରେ ନିଲାମ କରାଯାଇଥିବା ମଧ୍ୟ ଏହି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମରୁ ଆଇନଷ୍ଟାଇନଙ୍କ ହାତ ଲେଖା ପୁରୁଣା ଚିଠିର ବେସ ପ୍ରାଇସ ରଖାଯାଇଥିଲା ୪ ଲକ୍ଷ ଡଲାର ।

ତେବେ ଏହା ୧.୨ ମିଲିୟନ ଡଲାରରୁ ଅଧିକରେ ନିଲାମ ହେବା ସମସ୍ତଙ୍କୁ ଚକିତ କରିଛି । ଏହି ନିଲାମରେ ମୋଟ ୫ଜଣ ହିଁ ଅଂଶ ଗ୍ରହଣ କରିଥିଲେ ମେ ୧୩ ତାରିଖରୁ ଏହାର ନିଲାମ ଆରମ୍ଭ କରାଯାଇଥିଲା । ୧୯୪୬ ମସିହା ଅକ୍ଟୋବର ୨୬ ତାରିଖରେ ଆଇନଷ୍ଟାଇନ ଏହି ଚିଠି ଟିକୁ ଆମେରିକାର ଭୈାତିକ ବିଜ୍ଞାନୀ ଲଡୱିକ୍ ସିଲଭଲଷ୍ଟେଇନଙ୍କୁ ଲେଖିଥିଲେ । ସେତେବେଳେ ଲଡୱିକ୍ ସିଲଭଲଷ୍ଟେଇନ, ଆଇନଷ୍ଟାଇନଙ୍କ ସୂତ୍ର ଗୁଡିକର ବଡ ସମାଲୋଚକ ଥିଲେ । ତେଣୁ ତାଙ୍କୁ ଆଇନଷ୍ଟାଇନ ଏହି ଚିଠି ଲେଖି କହିଥିଲେ ତୁମ ପ୍ରଶ୍ନର ଉତର ଏହି ସୂତ୍ରରେ ରହିଛି । ଆଇନଷ୍ଟାଇନଙ୍କ ଏହି ହାତ ଲେଖା ଚିଠିଟିକୁ ଜଣେ ବ୍ୟକ୍ତଗତ ଭାବେ ପାଖରେ ରଖିଥିଲେ । ତେବେ ଆଇନଷ୍ଟାଇନ ପେପର ପ୍ରେଜେକ୍ଟରେ କାମ କରୁଥିବା ଅଧିକାରୀଙ୍କ ସୂଚନା ଅନୁସାରେ ଆଇନଷ୍ଟାଇନଙ୍କ ହାତ ଲେଖା ଗାଣିତିକ ସୂତ୍ରର ଏପରି ୩ଟି ଚିଠି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର