Masthead

ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ

ରାୟଗଡା(ବଡ଼ ଖବର ବ୍ୟୁରୋ): ସିପିଆଇ ମାଓବାଦୀ ସଙ୍ଗଠନ ପକ୍ଷରୁ ଆଜିଠୁ ଆରମ୍ଭ ହୋଇଛି ସହିଦ ସପ୍ତାହ । ବିପ୍ଲବୀ ସାଥୀଙ୍କୁ ସାଲାମ ଦେବାପାଇଁ ମାଓବାଦୀମାନେ ୧ସପ୍ତାହ ଧରି ସହିଦ ସପ୍ତାହ ପାଳନ କରିବେ । ରାଗୟଡା ଜିଲ୍ଲାରେ ବାଶଧାରା-ଘୁମସର-ନାଗବଳୀ ଡିଭିଜନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲାଗିଛି । ଏହି ସମୟରେ ମାଓବାଦୀମାନେ ନିଜର ଉପସ୍ଥିତିକୁ ଜାହିର କରିବା ପାଇଁ ବିଭିନ୍ନ ସ୍ଥାନରେ ହିଂସା କରିବାକୁୁ ପଛାଇ ନଥାନ୍ତି । ଆଭ୍ୟନ୍ତରିଣ ସ୍ଥାନରେ ବିପ୍ଲବୀ ସାଥୀଙ୍କ ଉଦ୍ଦେଶ୍ୟରେ ସ୍ଥାୟୀ ଓ ଅସ୍ଥାୟୀ ସହିଦ ସ୍ତମ୍ଭମାନ ନିର୍ମାଣ କରି ସାଲାମୀ ଦେଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯଇଛି । ଜିଲ୍ଲାର କଲ୍ୟାଣସିଂହପୁର, କାଶୀପୁର, ମୁନିଗୁଡା, ବିଷମକଟକ, ଆମ୍ବାଦଳା, ଚନ୍ଦ୍ରପୁର ଏବଂ ଗୁଡାରୀ ଥାନା ଇଲାକାରେ କମ୍ବିଂ ଜୋର୍ଦାର କରାଯାଇଛି । ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ କରାଯିବା ସହ ବ୍ଲକିଙ୍ଗି ଓ ଚେକିଙ୍ଗ ଜାରିରହିଛି । ଏସଓଜି ଜବାନଙ୍କ ସହ ବିଏସଏଫ ଓ ସିଆରପିଏଫ ଜବାନଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରିରହିଥିବା ଏସପି ସୂଚନା ଦେଇଛନ୍ତି । ସୀମାନ୍ତ କନ୍ଦମାଳ ଓ କଳାହାଣ୍ଡି ଇଲାକାର ସମ୍ବେଦନଶୀଳ ଇଲାକାକୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ରାୟଗଡା ସହରର ୩ଟି ପ୍ରବେଶପଥରେ ପୋଲିସର ତଲାସି ଅଭିଯାନ ଜାରିରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ