Masthead

୯ରେ ଆରବିଆଇର ମୁଦ୍ରାନୀତି ଘୋଷଣା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆସନ୍ତା ୯ ତାରିଖରେ ମୁଦ୍ରାନୀତି ଘୋଣଷା କରିବ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) । ଅକ୍ଟୋବର ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଆରବିଆଇ ମୁଦ୍ରାନୀତି କମିଟି ବୈଠକ ଅନୁଷ୍ଠିତ ହେବ । କରୋନା ସଙ୍କଟ କାରଣରୁ ଅର୍ଥନୀତି ମନ୍ଥର ହୋଇଛି । ଏହାକୁ ଦୃଷ୍ଟିରେ ରଖି ସୁଧହାର ଉପରେ ନିଷ୍ପତ୍ତି ନେବାକୁ ସେପ୍ଟେମ୍ବର-୨୯ରୁ ଅକ୍ଟୋବର-୧ ପର୍ପ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ପୂର୍ବ ତିନିଜଣ ଅଧିକାରୀଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏହି ବୈଠକ ହୋଇପାରି ନାହିଁ ।

ଅନ୍ୟପଟେ ମୁଦ୍ରାନୀତି କମିଟି ପାଇଁ ୩ଜଣ ସଦସ୍ୟଙ୍କୁ ନିଯୁକ୍ତ କରାଯାଇଛି । ବିଳମ୍ବିତ ରାତିରେ ସରକାର ଶଶାଙ୍କ ଭାଇଡେ, ଆସୀମା ଗୋୟଲ ଓ ଜୟନ୍ତ ବର୍ମାଙ୍କୁ ଏଥିପାଇଁ ମନୋନୀତ କରିଛନ୍ତି । ଏହି ନୂଆ ସଦସ୍ୟଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି । ଉଚ୍ଚ ମୁଦ୍ରାସ୍ଫୀତିକୁ ରୋବିକା ଏବଂ ତଳକୁ ଖସୁଥିବା ଜିଡିପିକୁ ଉପରକୁ ଉଠାଇବା ଉପରେ ଏହି ସଦସ୍ୟମାନେ ଗୁରୁତ୍ୱ ଦେବେ ବୋଲି ଅଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ