Masthead

ଘୋଷଣା ହେଲା ତାରିଖ, ବଢ଼ିଲା ରାଜନୈତିକ ଉଷ୍ମତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଉଷ୍ମତା ଢେର ବଢିଯାଇଛି । ବିଜେଡି, ବିଜେପି ଓ କଂଗ୍ରେସ ଶିବିର ହୋଇଉଠିଛି ଚଳଚଳ । ୨୦୨୪ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ବିଜେପି, କଂଗ୍ରେସ ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇପଡିଛି । କଂଗ୍ରେସ କହିଛି ନିଶ୍ଚିୟ ଲଢେଇ ହେବ । ଅନେକ ମୁଦ୍ଦା ରହିଛି । ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିବ ଦଳ । ବେକାରୀ ସମସ୍ୟା , ଝାରସୁଗୁଡା ଜିଲାରେ ପାନୀୟଜଳ ସମସ୍ୟାକୁ ନେଇ ନିର୍ବାଚନ ଲଢ଼ିବ କଂଗ୍ରେସ।

ସେପଟେ ବିଜେଡି କହିଛି ନିର୍ବାଚନକୁ ନେଇ ଆମେ ପ୍ରସ୍ତୁତ । ପ୍ରାର୍ଥୀ କିଏ ହେବ ନିଷ୍ପତି ନେବେ ସୁପ୍ରିମୋ। ବିକାଶ ଆଭିମୁଖ୍ୟକୁ ଗ୍ରହଣ କରିଛନ୍ତି ଲୋକେ। ତେଣେ ବିଜେପି କହିଛି ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ । ଝାରସୁଗୁଡ଼ାରେ ହେବ ଜୋରଦାର ଲଢେଇ । ବୁଥସ୍ତରରେ ସଂଗଠନ ଭଲ ଥିବାରୁ ଝାରସୁଗୁଡ଼ାରେ ବିଜେପି ନିଶ୍ଚୟ ଜିତିବ ବୋଲି ବିୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି । ଆମେ ଯେମିତି ଧାମନଗର ଉପନିର୍ବାଚନରେ ଲଢ଼ି ଥିଲୁ ଓ ଜିତି ଥିଲୁ । ସେମିତି ଝାରସୁଗୁଡାରେ ମଧ୍ୟ ଲଢିବୁ ଏବଂ ଜିତିବୁ । ସେଠି ଆମର ସଙ୍ଗଠନ ମଜବୁତ ଅଛି ।ବିଜେପିର ନୂତନ ରାଜ୍ୟ ସଭାପତି ଦାୟିତ୍ୱ ନେଇଥିବା ବେଳେ ବିଜେଡି ୨୫ ଯୋଦ୍ଧାଙ୍କୁ ମଇଦାନକୁ ଛାଡିଛି । ତେଣେ କଂଗ୍ରେସର ନୂଆ ରାଷ୍ଟ୍ରୀୟ ସଭାପତି ଦାୟିତ୍ୱ ନେଇଛନ୍ତି । ଏଭଳି ସ୍ଥିତିରେ ଝାରସୁଗୁଡ଼ା ଉପନିର୍ବାଚନ ସବୁଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଶ୍ଚୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି