Masthead

କେବେ କାର୍ଗିଲ କେବେ କରମର୍ଦ୍ଦନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆରପାରିରେ ପରଭେଜ ମୁଶରଫ ।୭୯ ବର୍ଷ ବୟସରଙ୍କ ଶେଷ ନିଶ୍ୱାସ ତ୍ୟାଗ କଲେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ । ପାକିସ୍ତାନ ବହୁ ଚର୍ଚ୍ଚିତ ଚେହେରା ଥିଲେ ମୁଶରଫ । ଭାରତ ସହ ତାଙ୍କର ସଂପର୍କ ମଧ୍ୟ ଖୁବ୍ ଚର୍ଚ୍ଚିତ । ୧୧ ଅଗଷ୍ଟ ୧୯୪୩ରେ ଦିଲ୍ଲୀରେ ତାଙ୍କର ଜନ୍ମ । ମାତ୍ର ୧୯୪୭ ମସିହା ବିଭାଜନର କିଛି ଦିନ ପୂର୍ବରୁ ସେ ଏବଂ ତାଙ୍କ ପରିବାର ପାକିସ୍ତାନ ଚାଲିଯାଇଥିଲେ । ମୁଶରଫ ଓ ଭାରତର ସମ୍ପର୍କ ଖଟାମିଠାର ସମ୍ପର୍କ । କେତେବେଳେ ସେ ଭାରତର କଟ୍ଟର ବିରୋଧି ତ ଆଉ କେତେବେଳେ ଭାରତ ସହ ଶାନ୍ତି ସ୍ଥାପନ ପାଇଁ ପ୍ରୟାସ କରିଛନ୍ତି । ପରଭେଜ ମୁଶରଫ ୧୯୬୧ରେ ପାକିସ୍ତାନ ସେନାରେ ଯୋଗ ଦେଇଥିଲେ । ୧୯୬୫ ଓ ୧୯୭୧ରେ ଭାରତ ବିରୋଧରେ ଯୁଦ୍ଧ ଲଢିଥିଲେ । ସେ ପାକିସ୍ତାନ ସେନାମୁଖ୍ୟ ହେବାପରେ ଭାରତ ବିରୋଧରେ କରିଥିଲେ ଭୟଙ୍କର ଷଡଯନ୍ତ୍ର, ଯେଉଁଥିପାଇଁ ୨ ଦେଶ ମଧ୍ୟରେ ୧୯୯୯ରେ ହୋଇଥିଲା କାର୍ଗିଲ ଯୁଦ୍ଧ । ପାକିସ୍ତାନକୁ ଲଗାତାର ହରାଇବା ପରେ ବି କାଶ୍ମୀର ପ୍ରସଙ୍ଗରେ ସବୁବେଳେ ଶାନ୍ତିର ସମାଧାନ ଚାହିଁଛି ଭାରତ । ଏ ନେଇ ଯେତେବେଳେ ଉଦ୍ୟମ ଆରମ୍ଭ ହୋଇଥିଲା, ସମଝୌତ ଏକ୍ସପ୍ରେସ ଓ ଦୋସ୍ତି ବସ୍ ଗଡିଥିଲା, ଠିକ୍ ସେତିକିଳେଳେ ଭାରତ ପିଠି ପଛରୁ ପୁଣି ଶତ୍ରୁତାର ଆଘାତ ଦେଇଥିଲା ପାକିସ୍ତାନ । ଯାହାର ମୁଖ୍ୟ ଖଳନାୟକ ଥିଲେ ମୁଶାରଫ । ତାଙ୍କ ନେତୃତ୍ୱରେ ଭାରତ ବିରୋଧରେ ଆଉ ଏକ ଯୁଦ୍ଧ ଲଢି ପୁଣି ପରାଜୟ ପାଇଥିଲା ପାକିସ୍ତାନ । ଏହାପରେ ନିଜ ଦେଶରେ ରାଜନୈତିକ ଚକ୍ରାନ୍ତ କରି ୧୯୯୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନବାଜ ଶରିଫ ସରକାରକୁ ଗାଦିଚୁ୍ୟତ କରି ହୋଇଯାଇଥିଲେ ରାଷ୍ଟ୍ରପତି । ତେବେ ପାକିସ୍ତାନର ରାଷ୍ଟ୍ରପତି ହେବା ପରେ ଅଚାନକ ନିଜକୁ ଶାନ୍ତିଦୂତ ଭାବେ ପ୍ରତିପାଦିତ କରିବାର ପ୍ରୟାସ କରିଥିଲେ ମୁଶାରଫ । ୨୦୦୨ରେ କାଠମାଣ୍ଡୁର ସାର୍କ ସମ୍ମିଳନୀରେ ବାଜପାୟୀଙ୍କ ସହ ଅପ୍ରତ୍ୟାସିତ ଭାବେ କରମର୍ଦ୍ଦନ ଆଜି ବି ବେଶ୍ ଚର୍ଚ୍ଚିତ ।

ପାକିସ୍ତାନର ରାଷ୍ଟ୍ରପତି ହେବା ପରେ ୩ଥର ଭାରତ ଆସିଛନ୍ତି ମୁଶାରଫ । ଆଗ୍ରା ଆସିଛନ୍ତି, ତାଜମହଲ ବୁଲିଛନ୍ତି, କ୍ରିକେଟ ଖେଳ ଦେଖିଛନ୍ତି । ହେଲେ ସବୁଥର ଦୋସ୍ତିର କଥା କହି ଦୁଶ୍ମନି ନିଭାଇଛନ୍ତି । ଉଭୟ ଅଟଳବିହାରୀ ବାଜପାୟୀ ଓ ଡକ୍ଟର ମନମୋହନ ସିଂଙ୍କ ସହ ଏକାଧିକଥର ଶାନ୍ତିର ଆଲୋଚନା କରି ପରେ ଭୁଲିଯାଇଛନ୍ତି । ଅନେକ କଥା ପାଇଁ ମନେରହିବେ ମୁଶାରଫ । ବେଶି ମନେରହିବେ କାରଗିଲର ଖଳନାୟକ ଭାବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା