Masthead

ମାନବିକତା ହରାଇଲେ ସମ୍ପର୍କୀୟ ଓ ପ୍ରଶାସନ

ନିଶ୍ଚିନ୍ତକୋଇଲି(ବଡ଼ ଖବର ବ୍ୟୁରୋ):ମାନବିକତା ହରାଇଲେ ସମ୍ପର୍କୀୟ ଓ ପ୍ରଶାସନ । ଅକ୍ଷମ ଵୃଦ୍ଧାଙ୍କୁ ଷଡଯନ୍ତ୍ର କରି ବିନା ଚିକିତ୍ସାରେ ଜରାଶ୍ରମରେ ଛାଡିଲେ । ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଂଚାୟତ କୋଇଲି ଗ୍ରାମର ଅନନ୍ତା ମହତାବ । ସତୁରି ବର୍ଷୀୟା ବିଧବା । ଏକମାତ୍ର ପୁଅ କୈଳାସ ମହତାବଙ୍କ ବିବାହ କରିବା ପରେ ଅନନ୍ତାଙ୍କ ଦୁଃଖ ବଢିଯାଇଥିଲା । ପୁଅ -ବୋହୁ ଅନନ୍ତାଙ୍କୁ ଘରୁ ବାହାର କରିଦେଲେ । ଅନନ୍ତା ଭାଇ ଘରେ ପଡିରହିଥିଲେ । ମାତ୍ର ସେଠାରେ ବେଶିଦିନ ରହିପାରିଲେ ନାହିଁ । ଭାଇ ପ୍ରଭାସ ଭଉଣୀ ଅନନ୍ତାଙ୍କୁ ଘରୁ ବାହାର କରିଦେଲେ ।

କିଛି ଅଚିହ୍ନା ଲୋକ ଅନନ୍ତାଙ୍କ ଗୋଡ଼ ଭାଙ୍ଗି ତାଙ୍କୁ ନିଶ୍ଚିନ୍ତକୋଇଲି ଡାକ୍ତରଖାନରେ ଫୋପାଡ଼ି ଦେଲେ । ଡାକ୍ତର ତାଙ୍କର ଚିକିତ୍ସା ନକରି କେବଳ କୋଭିଡ ଟେଷ୍ଟ କରି ନିଶ୍ଚିନ୍ତକୋଇଲି ଥାନାକୁ ଖବର ଦେଇଥିଲେ । ଥାନା ଏଏସଆଇ ସର୍ବେଶ୍ୱର ଜେନା ଓ ତାଙ୍କ ଟିମ ଅନନ୍ତାଙ୍କୁ ସାଲେପୁର ଜରାଶ୍ରମରେ ଛାଡିଦେଲେ । ଜରାଶ୍ରମର କର୍ମଚାରୀ ଅନନ୍ତାଙ୍କ ଏଭଳି ଅବସ୍ଥା ଦେଖି ପୋଲିସ ଅଫିସର ସର୍ବେଶ୍ୱର ଜେନାଙ୍କୁ ପଚାରିବାରୁ ସେ କହିଥିଲେ ଯେ ଗାଡ଼ିରେ ବସି ଅନନ୍ତାଙ୍କ ଗୋଡ଼ ଧରି ଦେଇଛି,କିଛି ସମୟ ପରେ ସବୁ ଠିକ ହେଇଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ