Masthead

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ସମସ୍ୟା ନଶୁଣିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲୋକଙ୍କ ସମସ୍ୟା ସମାଧାନ ନ ହେଲେ ଆକ୍ସନ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବଡ଼ ଚେତାବନୀ । ଅଭିଯୋଗକୁ ଗୁରୁତର ସହ ନେବାକୁ କହିଲେ ମୋହନ ମାଝୀ । ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ପୋଲିସ କମିଶନର, ସମସ୍ତ ବିଭାଗ, ଏସପି ଓ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି । ତ୍ୱରିତ ପଦକ୍ଷେପ ନେବାରେ ବିଳମ୍ବ ହେଉଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଆସି ସମସ୍ୟାର ସମାଧାନ ନହେବାରୁ ଲୋକେ ବାରମ୍ବାର ଅଭିଯୋଗ କରିବାକୁ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଷ୍ଟିରେ ଏସବୁ ପଡୁଥିବାରୁ ଲୋକଙ୍କ ସମସ୍ୟାକୁ ପ୍ରଥମେ ଗୁରୁତ୍ୱ ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି । ଖାଲି ସେତିକି ନୁହେଁ ଯେଉଁ ପ୍ରଶାସନିକ ଅଧିକାରୀଙ୍କ ଯୋଗୁଁ ଏଭଳି ସମସ୍ୟା ହେଉଛି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ରାଜ୍ୟରେ ସରକାର ବଦଳିଛି । ୨୪ ବର୍ଷର ବିଜେଡି ସରକାରକୁ ଲୋକେ ପରିବର୍ତ୍ତନ କରିଛନ୍ତି ।

ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ବିଜେପି ସରକାର ଗଠନ କରିଥିବା ବେଳେ ଲୋକଙ୍କ ସମସ୍ୟା ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀ ଜନଶୁଣାଣୀ ନାଁରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି । ଲୋକଙ୍କ ସମସ୍ୟାରର ସମାଧାନ କରିବାକୁ ଅନ୍ ଦ ସ୍ପଷ୍ଟ ଆକ୍ସନ ନିଆଯାଉଛି । ହେଲେ କିଛି କିଛି ସ୍ଥାନରେ ଲୋକଙ୍କ ସମସ୍ୟାକୁ ଗୁରୁତର ସହ ନେଉନଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏହି ନିଷ୍ପତ୍ତିର ଗୁରୁତ୍ୱ ବଢିଛି । ଯେଉଁ ଅଫିସରମାନେ ସରକାରଙ୍କ ନାଁରେ ଖାମଖିଆଲି ମନୋଭାବ ଦେଖାଉଛନ୍ତି ତାଙ୍କ ବିରୋଧରେ ଏ ପଦକ୍ଷେପ ସ୍ୱାଗତଯୋଗ୍ୟ କୁହାଯାଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହୋମ୍‌ଗାର୍ଡ ସଂଘ ସଭାପତିଙ୍କ ଆତ୍ମାହୁତି ଧମକ 🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 କାଠୁଆରେ ବାଦଲ ଫଟା ବର୍ଷା! 🔴 ପାକିସ୍ତାନରେ ବନ୍ୟାର ବୀଭିଷିକା, ମୃତ୍ୟୁ ସଂଖ୍ୟା ୩ଶହ ପାର୍ 🔴 ହୋମ୍‌ଗାର୍ଡ ସଂଘ ସଭାପତିଙ୍କ ଆତ୍ମାହୁତି ଧମକ 🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 କାଠୁଆରେ ବାଦଲ ଫଟା ବର୍ଷା! 🔴 ପାକିସ୍ତାନରେ ବନ୍ୟାର ବୀଭିଷିକା, ମୃତ୍ୟୁ ସଂଖ୍ୟା ୩ଶହ ପାର୍