Masthead

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ସମସ୍ୟା ନଶୁଣିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲୋକଙ୍କ ସମସ୍ୟା ସମାଧାନ ନ ହେଲେ ଆକ୍ସନ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବଡ଼ ଚେତାବନୀ । ଅଭିଯୋଗକୁ ଗୁରୁତର ସହ ନେବାକୁ କହିଲେ ମୋହନ ମାଝୀ । ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ପୋଲିସ କମିଶନର, ସମସ୍ତ ବିଭାଗ, ଏସପି ଓ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି । ତ୍ୱରିତ ପଦକ୍ଷେପ ନେବାରେ ବିଳମ୍ବ ହେଉଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଆସି ସମସ୍ୟାର ସମାଧାନ ନହେବାରୁ ଲୋକେ ବାରମ୍ବାର ଅଭିଯୋଗ କରିବାକୁ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଷ୍ଟିରେ ଏସବୁ ପଡୁଥିବାରୁ ଲୋକଙ୍କ ସମସ୍ୟାକୁ ପ୍ରଥମେ ଗୁରୁତ୍ୱ ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି । ଖାଲି ସେତିକି ନୁହେଁ ଯେଉଁ ପ୍ରଶାସନିକ ଅଧିକାରୀଙ୍କ ଯୋଗୁଁ ଏଭଳି ସମସ୍ୟା ହେଉଛି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ରାଜ୍ୟରେ ସରକାର ବଦଳିଛି । ୨୪ ବର୍ଷର ବିଜେଡି ସରକାରକୁ ଲୋକେ ପରିବର୍ତ୍ତନ କରିଛନ୍ତି ।

ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ବିଜେପି ସରକାର ଗଠନ କରିଥିବା ବେଳେ ଲୋକଙ୍କ ସମସ୍ୟା ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀ ଜନଶୁଣାଣୀ ନାଁରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି । ଲୋକଙ୍କ ସମସ୍ୟାରର ସମାଧାନ କରିବାକୁ ଅନ୍ ଦ ସ୍ପଷ୍ଟ ଆକ୍ସନ ନିଆଯାଉଛି । ହେଲେ କିଛି କିଛି ସ୍ଥାନରେ ଲୋକଙ୍କ ସମସ୍ୟାକୁ ଗୁରୁତର ସହ ନେଉନଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏହି ନିଷ୍ପତ୍ତିର ଗୁରୁତ୍ୱ ବଢିଛି । ଯେଉଁ ଅଫିସରମାନେ ସରକାରଙ୍କ ନାଁରେ ଖାମଖିଆଲି ମନୋଭାବ ଦେଖାଉଛନ୍ତି ତାଙ୍କ ବିରୋଧରେ ଏ ପଦକ୍ଷେପ ସ୍ୱାଗତଯୋଗ୍ୟ କୁହାଯାଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି