Masthead

ଅନ୍ତର୍ଜାତୀୟ କମର୍ସିଆଲ ବିମାନ ଉଡ଼ାଣରେ ବଢ଼ିଲା କଟକଣା

ନୁଆ ଦିଲ୍ଲୀ(ବଡ଼ ଖବର ବ୍ୟୁରୋ):    ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।  ତୃତୀୟ ଲହରର ଆଭାସ ମଧ୍ୟ ଦେଖାଦେଲାଣି । ଦୈନିକ ୪୫୦୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ମୃତକଙ୍କ ସଂଖ୍ୟାରେ ବି ଲାଗୁନି ବ୍ରେକ୍ ।  ତେଣୁ  ଆସନ୍ତା ସେପ୍ଟେମ୍ବର ଶେଷ ୩୦ ଯାଏଁ ବିମାନ ସେବା ଉପରେ କଟକଣା ଜାରି କରାଯାଇଛି । ବର୍ତ୍ତମାନ ପରିସ୍ଥିତିକୁ ଦେଖି ସରକାର ଏଭଳି ନିଷ୍ପତି ନେଇଛନ୍ତି। ନୂଆ ନିୟମ ଅନୁଯାଇ ଆନ୍ତର୍ଜାତୀୟ କମର୍ସିଆଲ୍ ବିମାନ ସେବା ଉପରେ ରୋକ୍ ଲଗାଯାଇଛି । ଭାରତ ଓ ଭାରତର ସମସ୍ତ କମର୍ସିଆଲ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର ।

ତେବେ ଆନ୍ତର୍ଜାତୀୟ କାର୍ଗୋ ବିମାନ ଉଡ଼ାଣ ଉପରେ କୌଣସି କଟକଣା ନାହିଁ । ଆନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିବ ବୋଲି ଏପଟେ ଟୁଇଟ୍ କରି ସୂଚନା ଦେଇଛି ଡିଜିସିଏ । ସୂଚନା ଅନୁଯାଇ କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରା ଦେଶରେ ବିମାନ ଉଡ଼ାଣ, ଟ୍ରେନ୍ ସମସ୍ତ ସେବାକୁ ୨ ମାସ ପାଇଁ ସ୍ଥଗିତ ରଖାଯାଇଥିଲା । ଏବଂ ପରେ ମେ ମାସରେ ପୁଣି ବିମାନ ସେବା ଆରମ୍ଭ ହୋଇଥିଲା । ଏଥିରେ କେବଳ ଡୋମେଷ୍ଟିକ୍ ଏୟାର ସର୍ଭିସକୁ ହିଁ ଅନୁମତି ମିଳିଥିଲା । ହେଲେ ଏ ପର୍ଯ୍ୟନ୍ତ ବି ଆନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିନି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ