Masthead

ଟିକାକରଣକୁ ନେଇ ଶ୍ରେୟ ଦେବା ବଦଳରେ ସମାଲୋଚନା କଲା କଂଗ୍ରେସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ଟିକାକରଣକୁ ନେଇ ଐତିହାସିକ ରେକର୍ଡ ସୃଷ୍ଟି କରି ପାରିଛି । ମାତ୍ର ଅଳ୍ପ କିଛି ଦିନରେ ଦେଶରେ ୧୦୦ କୋଟି ଟପିଛି କୋଭିଡ ଟିକାକରଣ । ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରୁ ଭାରତକୁ ଶୁଭେଚ୍ଛାର ଛୁଅ ଛୁଟିବାରେ ଲାଗିଛି । ଏପରିକି ଆମେରିକାର ଭାରତର ଐତିହାସିକ ଟିକାକରଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେପଟେ ଏହି ଅବସରରେ ଦିଲ୍ଲୀ ଆରଏମଏଲ ହସ୍ପିଟାଲରେ ବଡ଼ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏବଂ ଐତିହାସିକ ଟିକାକରଣ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେବଳ ଏତିକି ନୁହେଁ ବରଂ ସମସ୍ତ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବାର ଦେଖିବାକୁ ମିଳିଛି ।

ଏହା ମଧ୍ୟରେ ସରକାରଙ୍କୁ ଏହି ଉପଲବ୍ଧି ପାଇଁ ଚାରିପଟୁ ପ୍ରଶଂସା କରାଯାଉଛି । କିନ୍ତୁଏହି ପ୍ରସଙ୍ଗରେ କଂଗ୍ରେସର ମତଭେଦ ରହିଛି । ଏନେଇ କଂଗ୍ରେସ ଏମପି ଶଶିଥରୁର ବଡ଼ ବୟାନ ଦେଇଛନ୍ତି । ତେବେ ଏହା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ସରକାରଙ୍କୁ ଶ୍ରେୟ ଦିଆଯିବା ଉଚିତ । ଦ୍ୱିତୀୟ କୋଭିଡ ଲୋହରର ପରିଚାଳନା ଏବଂ ଟିକାକରଣ ବିଫଳ ହେବା ପରେ ସରକାର ବର୍ତ୍ତମାନ ଆଶିଂକ ସଂଶୋଧନ କରିଛନ୍ତି । ଅତୀତର ବିଫଳତା ପାଇଁ ସରକାର ତଥାପି ଉତ୍ତରଦାୟୀ ବୋଲି କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ସରକାରଙ୍କୁ ଶ୍ରେୟ ପ୍ରଦାନ କରିବା ଲକ୍ଷ ଲକ୍ଷ ପରିବାରଙ୍କ ପାଇଁ ଅପମାନ, ଯେଉଁମାନେ ବ୍ୟାପକ କୋଭିଡ ପରିଚାଳନାରେ ମଧ୍ୟ ପ୍ରାଣ ହରାଇଛନ୍ତି । ଶ୍ରେୟ ମାଗିବା ପୂର୍ବରୁ ପ୍ରଧାନମନ୍ତ୍ରୀ ସେହି ପରିବାର ଗୁଡ଼ିକ ପାଇଁ କ୍ଷମା ମାଗିବା ଉଚିତ । ଏହାର ଶ୍ରେୟ ବୈଜ୍ଞାନିକ ଏବଂ ଡାକ୍ତରୀ ଟିମକୁ ଯାଇଥାଏ ବୋଲି ଶଶି ଥରୁର ସ୍ପଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା