Masthead

ରାଜ୍ୟରେ ଅସମ୍ଭାଳ ତାତି: ସାଢ଼େ ୨ରେ ୪୫ ଟପିଲା ପାରଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ପଶ୍ଚିମ ଆକାଶରୁ ଅଗ୍ନିବର୍ଷା । ଗୁଳୁଗୁଳିରେ ଛଟପଟ ଉପକୂଳ ଓଡ଼ିଶା । ୩୧ ତାରିଖ ଯାଏ ଉପରମୁହାଁ ହେବ ପାରଦ । ଆସନ୍ତା ୩ ଦିନରେ ଦିନ ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ପାଇବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ଅସମ୍ଭାଳ ତାତି । ସାଢ଼େ ୨ରେ ୪୫ ଟପିଲା ପାରଦ । ଦିନ ୨.୩୦ରେ ଝାରସୁଗୁଡ଼ା ୪୫.୬, ସମ୍ୱଲପୁର ୪୫.୨ ଡିଗ୍ରୀ । ହୀରାକୁଦ ୪୪.୮, ରାଉରକେଲା ୪୩.୬, କେନ୍ଦୁଝର ୪୧.୨ ।

ଆଭ୍ୟନ୍ତରୀଣରେ ଅସମ୍ଭାଳ ତାତି, ଉପକୂଳରେ ପ୍ରବଳ ଗୁଳୁଗୁଳି । ଭୁବନେଶ୍ୱର ତାପମତ୍ରା ୩୯.୮, ଆଦ୍ରତା ୬୦ ପ୍ରତିଶତ । ସେପଟେ ଚାଷୀଙ୍କ ପାଇଁ ଖୁସି ଖବର ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏନେଇ ସ୍ଥିତି ଅନୁକୂଳ ରହିଛି । ପାଣିପାଗ ବିଭାଗ ଆକଳନ କରିଛି, ଏଥର ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ଅଧିକ ରହିବ । ମୌସୁମୀ ପ୍ରଭାବରେ ଦେଶରେ ଲଙ୍କ ପିରିୟଡ ଆଭରେଜରେ ୧୦୬ ପ୍ରତିଶତ ବର୍ଷା ହେବ ବୋଲି କହିଥିଲା ଆଇଏମଡି । କିନ୍ତୁ ରାଜ୍ୟରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍ ରହିପାରେ ବୋଲି ପୂର୍ବାନୁମାନ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ