Masthead

‘ମୋ ଜୀବନୀ’ ପ୍ରକାଶନ ଉପରେ ଅଙ୍କୁଶ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବ୍ୟାସକବି ଫକୀରମୋହନ ସେନାପତିଙ୍କ ଆତ୍ମଜୀବନୀ ପ୍ରକାଶନକୁ ନେଇ ଦେଖାଦେଇଛି ବିବାଦ । ଏ ସମ୍ପର୍କିତ ମାମଲର ଶୁଣାଣି କରି ପ୍ରକାଶନ ଉପରେ କଟକ କମର୍ସିଆଲ ଅଦାଲଦ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି । ଏହି ମାମଲାର ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ଫକୀରମୋହନ ସେନାପତିଙ୍କ ଆତ୍ମଜୀବନୀ ‘ମୋ ଜୀବନୀ’ ପ୍ରକାଶ କରି ପାରିବେ ନାହିଁ ବୋଲି ଅଦାଲତ କହିଛନ୍ତି। କଟକ ବରିଷ୍ଠ ସିଭିଲ ଜଜ୍ ଅଦାଲତ ଫକୀରମୋହନଙ୍କ ଅଣନାତୁଣୀ ଡ. ମୀନାକ୍ଷୀ ଦତ୍ତଙ୍କ ଆବେଦନର ଶୁଣାଣି କରି ଏପରି ଅନ୍ତରୀଣ ନି‌ର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାରେ ମୀନାକ୍ଷୀ ଦେବୀଙ୍କ ସହିତ ପ୍ରତିପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଅଦାଲତ ଏପରି ନିର୍ଦ୍ଦେଶ ଦେଇଛନ୍ତି ଏବଂ ମୂଳ ମାମଲାର ଅଗଷ୍ଟ ୨୪କୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଏ ନେଇ ମୀନାକ୍ଷୀ ଦେବୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅପ୍ରକାଶିତ ହାତଲେଖା ପ୍ରକାଶ ପାଇଁ କିଛି ବିଶିଷ୍ଟ ସାହିତ୍ୟିକ ଉଦ୍ୟମ କରୁଥିବାବେଳେ ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫକୀରମୋହନଙ୍କ ହାତଲେଖାର ଡିଜିଟାଲ ଫାଇଲ ପ୍ରସ୍ତୁତ କରିବା ସହିତ ଆତ୍ମଜୀବନୀ ପ୍ରକାଶ ପାଇଁ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଓ ରାଷ୍ଟ୍ରୀୟ ଅଭିଲେଖାଗାରର ସହନିର୍ଦ୍ଦେଶକ ଡକ୍ଟର ଲଲାଟେନ୍ଦୁ ଦାଶମହାପାତ୍ର ଆଗେଇ ଆସିଥିଲେ। ବ୍ୟାସକବିଙ୍କ ଉତ୍ତରାଧିକାରୀ ଭାବେ ମୀନାକ୍ଷୀ ଦତ୍ତଙ୍କ ସହ ଏହି ପ୍ରସଂଗରେ ଏକ ଚୁକ୍ତିନାମା ମଧ୍ୟ କରାଯାଇଥିଲା।

କିନ୍ତୁ ପରବର୍ତ୍ତୀ ସମୟରେ ଚୁକ୍ତିନାମାରେ ଥିବା ସର୍ତ୍ତ ଉଲ୍ଲଂଘନ କରି ମୀନାକ୍ଷୀ ଦେବୀଙ୍କ ବିନା ଅନୁମତିରେ ଫକୀରମୋହନଙ୍କ ଏହି ହାତଲେଖା ପ୍ରକାଶ ପାଇଁ ଉଦ୍ୟମ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏ ନେଇ ଅଦାଲତରେ ଦାୟର ଆବେଦନରେ ଦର୍ଶାଯାଇଛି ଯେ ମୀନାକ୍ଷୀ ଦେବୀ ଫକୀରମୋହନଙ୍କ ଘରେ ଜନ୍ମ ଠାରୁ ରହି ଆସୁଛନ୍ତି। ଏହି ଘର ପ୍ରାୟ ଦେଢ ଶହ ବର୍ଷ ପୁରୁଣା। ଚାରି ପିଢି ଧରି ଏହି ପାଣ୍ଡୁଲିପିକୁ ସେ ସାଇତି ରଖିଥିଲେ।

ଫକୀରମୋହନଙ୍କ ହାତଲେଖା ପାଣ୍ଡୁଲିପି ସର୍ବସାଧାରଣଙ୍କ ସଂପତ୍ତି ନୁହେଁ। ଏହା ତାଙ୍କ ନିକଟରେ ଥିଲା ଏବଂ ସେ ବିଶ୍ବାସକରି ପ୍ରତିପକ୍ଷଙ୍କୁ ‌ଡିଜିଟାଇଜେସନ୍ କରିବାକୁ ଦେଇଥିଲେ। କିନ୍ତୁ ତାଙ୍କ ଅଜାଣତରେ ଏଥିରୁ କିଛି ପୃଷ୍ଠା ୱେବସାଇଟରେ ପ୍ରକାଶ କରାଯାଇଥିଲା। ଏଥିପାଇଁ ତାଙ୍କ ଅନୁମତି ନିଆଯାଇ ନଥିଲା। ଏଭଳି ଘଟଣାର ପ୍ରତିବାଦ କରିବାରୁ ତାଙ୍କୁ ଧମକ ଦେଇ ଚିଠି ଲେଖାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ୫ ଦିନ କାଳବୈଶାଖୀ ବର୍ଷା 🔴 F15 ପାଇଲଟଙ୍କୁ ଇରାନରୁ ଖୋଜି ବାହାର କଲା ଆମେରିକା 🔴 ‘ଆମେରିକାକୁ ନର୍କରେ ପରିଣତ କରିବୁ’ 🔴 ବଢ଼ିବ କାଳବୈଶାଖୀ ବର୍ଷା 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକ 🔴 ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ 🔴 ରାଜ୍ୟରେ ଅଚାନକ ବଢ଼ିଛି ତାତି 🔴 କାଳବୈଶାଖୀ ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଯୁଦ୍ଧ ଶେଷ କରିବେ କି ଟ୍ରମ୍ପ? 🔴 ଆହୁରି ୫ ଦିନ କାଳବୈଶାଖୀ ବର୍ଷା 🔴 F15 ପାଇଲଟଙ୍କୁ ଇରାନରୁ ଖୋଜି ବାହାର କଲା ଆମେରିକା 🔴 ‘ଆମେରିକାକୁ ନର୍କରେ ପରିଣତ କରିବୁ’ 🔴 ବଢ଼ିବ କାଳବୈଶାଖୀ ବର୍ଷା 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକ 🔴 ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ 🔴 ରାଜ୍ୟରେ ଅଚାନକ ବଢ଼ିଛି ତାତି 🔴 କାଳବୈଶାଖୀ ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଯୁଦ୍ଧ ଶେଷ କରିବେ କି ଟ୍ରମ୍ପ?