Masthead

ସବ୍ ଜେଲରୁ କଏଦୀ ଫେରାର

କଳାହାଣ୍ଡି(ବଡ଼ ଖବର ବ୍ୟୁରୋ):କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଫେରାର କଏଦୀ ଜଣକ ନର୍ଲା ଥାନା ରୁପରା ରୋଡ ଅଞ୍ଚଳର ବିଶ୍ଵାମିତ୍ର ମାଝି ବୋଲି ମଦନପୁର ରାମପୁର ଥାନାରେ ସୁଚନା ଦିଆଯାଇଛି । ଗତ ଡିସେମ୍ବର ମାସରେ ନିଜ ପରିବାର ସଦସ୍ୟଙ୍କୁ ବାରମ୍ବାର ଆକ୍ରମଣ,ସ୍ତ୍ରୀକୁ ମାଡ଼ ମାରିବା ସହ କଟୁରି ଧରି ହତ୍ୟା ଉଦ୍ୟମ କରିବା ମାମଲାରେ ନର୍ଲା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ତେବେ ନିର୍ଯାତନାରେ ଅତିଷ୍ଠ ହୋଇ ପରିବାର ଲୋକେ ଅଭିଯୁକ୍ତର ଜାମିନ ଆବେଦନ କରି ନ ଥିଲେ । ଫଳରେ ଗତ ଡିସେମ୍ବରରୁ ସେ ମ.ରାମପୁର ସବ ଜେଲରୁ କୌଶଳ କରି ଫେରାର ହୋଇଯାଇଛି । ବହୁ ଖୋଜାଖୋଜି କରିବା ପରେ ଏନେଇ ମ.ରାମପୁର ଥାନାରେ ଅଭିଯୋଗ କରାଯାଇଛି । ସ୍ପଷ୍ଟ ଦିବାଲୋକରେ ଜେଲରୁ ସମସ୍ତଙ୍କ ଆଖରେ ଧୂଳିଦେଇ କଏଦୀ ଫେରାର ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ