Masthead

ସବ୍ ଜେଲରୁ କଏଦୀ ଫେରାର

କଳାହାଣ୍ଡି(ବଡ଼ ଖବର ବ୍ୟୁରୋ):କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଫେରାର କଏଦୀ ଜଣକ ନର୍ଲା ଥାନା ରୁପରା ରୋଡ ଅଞ୍ଚଳର ବିଶ୍ଵାମିତ୍ର ମାଝି ବୋଲି ମଦନପୁର ରାମପୁର ଥାନାରେ ସୁଚନା ଦିଆଯାଇଛି । ଗତ ଡିସେମ୍ବର ମାସରେ ନିଜ ପରିବାର ସଦସ୍ୟଙ୍କୁ ବାରମ୍ବାର ଆକ୍ରମଣ,ସ୍ତ୍ରୀକୁ ମାଡ଼ ମାରିବା ସହ କଟୁରି ଧରି ହତ୍ୟା ଉଦ୍ୟମ କରିବା ମାମଲାରେ ନର୍ଲା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ତେବେ ନିର୍ଯାତନାରେ ଅତିଷ୍ଠ ହୋଇ ପରିବାର ଲୋକେ ଅଭିଯୁକ୍ତର ଜାମିନ ଆବେଦନ କରି ନ ଥିଲେ । ଫଳରେ ଗତ ଡିସେମ୍ବରରୁ ସେ ମ.ରାମପୁର ସବ ଜେଲରୁ କୌଶଳ କରି ଫେରାର ହୋଇଯାଇଛି । ବହୁ ଖୋଜାଖୋଜି କରିବା ପରେ ଏନେଇ ମ.ରାମପୁର ଥାନାରେ ଅଭିଯୋଗ କରାଯାଇଛି । ସ୍ପଷ୍ଟ ଦିବାଲୋକରେ ଜେଲରୁ ସମସ୍ତଙ୍କ ଆଖରେ ଧୂଳିଦେଇ କଏଦୀ ଫେରାର ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ