Masthead

ଲଗାଣ ବର୍ଷାରେ ଉପୁଡିଗଲା ବରଗଛ, ଯାତାୟତ ବନ୍ଦ

ବାଲିଗୁଡା (ବଡ଼ ଖବର ବ୍ୟୁରୋ): ଲଗାଣ ବର୍ଷାରେ ରାଜପଥ କଡ଼ରେ ଥିବା ବଡ଼ ବରଗଛ ପଡ଼ି ରାସ୍ତା ଅବରୋଧ । ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜପଥ କଡ଼ରେ ଥିବା ଗଛ ଉପୁଡ଼ି ପଡିବା ଫଳରେ ୫୯ ଜାତୀୟ ରାଜପଥ ରେ ଯାତାୟତ ବନ୍ଦ ରହିଛି । କନ୍ଧମାଳ ଜିଲ୍ଲା ମହାସିଂ ନିକଟରେ ଗଛ ଉପୁଡି ରାସ୍ତା ଅବରୋଧ ଯୋଗୁଁ ଉଭୟ ଦିଗରେ ଯାନବାହନ ଅଟକି ରହିଛି । ବାଲିଗୁଡାରୁ ଫୁଲବାଣୀ, ଦାରିଙ୍ଗବାଡି, ରାଇକିଆ ଆଦି ସ୍ଥାନକୁ ଗାଡି ଚଳାଚଳ ବନ୍ଦ ରହିଛି । ଖବର ପାଇ ଅଗ୍ନିସେବା ବାହିନୀ ପହଞ୍ଚି ଗଛ କାଟି ସଫା କରିବାରେ ଲାଗିଛନ୍ତି । ପ୍ରବଳ ବର୍ଷ ଯୋଗୁ ଗଛ କାଟିବା କାର୍ୟ୍ୟ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ