ମଣିପୁର ଚିତ୍ର ଅଦ୍ଭୂତପୂର୍ବ ଭୟଙ୍କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଣିପୁର ମହିଳାଙ୍କ ବୟାନ ରେର୍ଡ ବନ୍ଦ କର । ସିବିଆଇକୁ ଏପରି ନିର୍ଦ୍ଦେଶ ଦେଲେ ସବୋର୍ଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟରେ ଶୁଣାଣିର ଦୁଇ ଘଂଟା ପୂର୍ବରୁ ଦିଆଯାଇଥିଲା ନିର୍ଦ୍ଦେଶ । ମଣିପୁର ଘଟଣାରେ ପୋଲିସକୁ ସୁପି୍ରମକୋର୍ଟଙ୍କ ଭତ୍ସନା । ମଣିପୁରରେ ମେ ୪ରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରିବା ଘଟଣାରେ ସିଜେଆଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାୟ ଦେଇଛି । ଘଟଣାର ଗୁରୁତ୍ୱକୁ ବୁଝି ପୋଲିସ ବହୁ ବିଳମ୍ବ କରିଛି ବୋଲି କହିଛି ଖଣ୍ଡପୀଠ । ଏହି ଚିତ୍ର ଅଦ୍ଭୂତପୂର୍ବ ଭୟଙ୍କର । କଠୋର ଶବ୍ଦ ବ୍ୟବହାର କରି ଏହାକୁ ନିନ୍ଦା କରିଛନ୍ତି ସର୍ବୋର୍ଚ୍ଚ ନ୍ୟାୟାଳୟ । ଉଚ୍ଚତମ ନ୍ୟାୟାଳୟରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ଏହି ଖଣ୍ଡପୀଠ । ଏହା ସହ ସେ ମଣିପୁର ପୋଲିସକୁ ମଧ୍ୟ ଭତ୍ସନା କରିଛନ୍ତି ।

ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିବା ବହୁ ବିଳମ୍ବ କରିଛି । କୋର୍ଟ ଆହୁରି ମଧ୍ୟ କହିଛନ୍ତି, ସେ କେବେ ବି ଚାହିଁବେନି ଯେ ମଣିପୁର ପୋଲିସ ଏହି ମାମଲାର ତଦନ୍ତ କରୁ । ଏହା ସହ ସିଜେଆଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୨୪ ଘଂଟା ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଲିସିଟର ଜେନେରାଲ କେନ୍ଦ୍ର ପକ୍ଷ ରଖିଥିଲେ । ସେ କହିଥିଲେ ମଣିପୁର ହିଂସାରେ ସବୋର୍ଚ୍ଚ ନ୍ୟାୟାଳୟ ଯଦି ନିଜ ଆଡୁ ତଦନ୍ତ ପରିଚାଳନା କରନ୍ତି, ସେଥିରେ କୌଣସି ଆପତ୍ତି ନାହିଁ । ତେବେ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ବିଭିନ୍ନ ପ୍ରାନ୍ତରେ ମହିଳାଙ୍କ ବିରୋଧରେ ଅତ୍ୟାଚାର ଘଟୁଛି । ମଣିପୁର ପ୍ରସଙ୍ଗରେ ଆମ ହାତରୁ ସମୟ ଖସି ଯାଉଛି । ଏଭଳି ସ୍ଥିତିରେ ରାଜ୍ୟକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରିବା ଉଚିତ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଜାତିଆଣ ହିଂସାକୁ ନେଇ ଏହି ଉତ୍ତର ପୂର୍ବାଂଚଳ ରାଜ୍ୟରେ ମହିଳାଙ୍କ ବିରୋଧରେ ହୋଇଥିବା ଯୌନ ଅତ୍ୟାଚାର ସଂକ୍ରାନ୍ତରେ କେତେ ଏତଲା ପଞ୍ଜିକୃତ ହୋଇଛି, ତାହାର ପୂରା ରିପୋର୍ଟ ଦେବାକୁ ମଣିପୁର ସରକାରଙ୍କୁ କୁହାଯାଇଛି । ନ୍ୟାୟର ପ୍ରକ୍ରିୟା ପୀଡିତଙ୍କ ପାଖରେ କିପରି ପହଂଚିବ ତାହା ଉପରେ ବିଶେଷ ଧ୍ୟାନ ଦେଇ ଏହାକୁ ସୁନିଶ୍ଚିତ କରିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ଯେଉଁଥିପାଇଁ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି । ଯେଉଁଥିରେ ପ୍ରଶ୍ନ କରିଛନ୍ତି ସିନିୟର ଆଡଭୋକେଟ କପିଲ ଶିବଲ । ତେବେ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ମଙ୍ଗଳବାର ୨ଟାରେ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ