Masthead

ଦୀପ ତଳ ଅନ୍ଧାର

ମାହାଙ୍ଗା, (ବଡ଼ ଖବର ବ୍ୟୁରୋ): ଗାଁ ହେଉଛି ଦେଶର ଆତ୍ମା । ଗାଁର ବିକାଶ ପାଇଁ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି । କିନ୍ତୁ ତାହା ସରକାରୀ ଫାଇଲ ତଳେ ଚାପି ହୋଇଯାଇଛି । ଗାଁକୁ ରାସ୍ତା ଅଛି ସତ କିନ୍ତୁ ଯାତାୟାତ କଥା କହିଲେ ନ ସରେ । ସ୍ୱାଧୀନତାର ୭୪ବର୍ଷ ପରେ ବି ଏବେ ଏମିତି କିଛି ଗାଁ ଅଛି ଯେଉଁଠି ରାସ୍ତା ଦେଖିଲେ ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆମେ କହୁଛୁ ଖୋଦ୍ ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନ ମଣ୍ଡଳୀର କଥା। ମାହାଙ୍ଗା ପଞ୍ଚାୟତ ଯଶୁଆପୁର ଗ୍ରାମବାସୀଙ୍କ କହିବା ଅନୁଯାୟୀ ଭୋଟ୍ ଦେଇନୁ ବୋଲି ରାସ୍ତା କରିବେ ନାହିଁ କହୁଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଜେନା। ଏହି ରାସ୍ତା ଯଶୁଆପୁର ଗାଁରୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଥାନାକୁ ସଂଯୋଗ କରୁଛି। ହେଲେ ରାସ୍ତା ଅବସ୍ଥା ଏପରି ହୋଇଛି ଯେ ଏଥିରେ ଆମ୍ବୁଲାନ୍ସ ଯାତାୟାତ କରିପାରୁ ନାହିଁ ।

ଲୋକେ ମେଡିକାଲ ଏବଂ ପୋଷ୍ଟ ଅଫିସ ଯିବାକୁ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ବି କେହି ନ ଶୁଣିବା ଫଳରେ ଶେଷରେ ନିଜ ରୋଜଗାରରୁ ଗାଁ ଲୋକେ ମାଟି ଏବଂ ମୋରମ ପକାଇ ରାସ୍ତା ମରାମତି କରୁଥିବା ଦେଖିବାକୁ ମିଳିଛି। ସବୁଠୁ ବଡ଼ କଥା ହେଲା ପଞ୍ଚାୟତକୁ ଆସିଥିବା ମନରେଗା ଯୋଜନା ଏଠି ପୂରା ବାଟବଣା ହୋଇଥିବା ଅଭିଯୋଗ ହୋଇଛି । ମାହାଙ୍ଗା ପଞ୍ଚାୟତକୁ ମନରେଗା ଯୋଜନାରେ ଆସିଥିବା ଟଙ୍କା କେଉଁ କାମରେ ଲାଗିଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ଏହାର ଉତ୍ତର ମନ୍ତ୍ରୀ ଜେନା ରଖିବାକୁ ଗାଁ ଲୋକେ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ