Masthead

ନଳକୂଅରୁ ବାହାରୁଛି ନାଲି ଜହର, ଚୁଆପାଣି ଭରସା

ହରଭଙ୍ଗା, (ବଡ଼ ଖବର ବ୍ୟୁରୋ଼): ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ପ୍ରଣୟନ ହୋଇଛି ଅନେକ ସରକାରୀ ଯୋଜନା । ମାତ୍ର ଆଜି ବି ଏମିତି ବହୁ ଗାଁ ରହିଛି ଯେଉଁଠି ବିଶୁଦ୍ଧ ପାନୀୟ ଜଳ ଅପହଞ୍ଚ । ଏମିତି ଏକ ଗାଁ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଓଅଧ୍ୟୁଷିତ ମହାଲ୍ଲିକପଡ଼ା ପଞ୍ଚାୟତ ପଇଦାଭୂଇଁ । ଗାଁରେ ପ୍ରାୟ ୩ଶହ ଲୋକ ବସବାସ କରନ୍ତି । ପିଇବା ପାଣି ପାଇଁ ଗାଁରେ ନଳକୂଅ ସାଙ୍ଗକୁ ପାଇପ ପାଣି ଯୋଗାଣ ସୁବିଧା ସତ୍ତ୍ୱେ ଗ୍ରାମବାସୀ ବର୍ଷତମାମ ନାଳରେ ଚୁଆ ଖୋଳି ପାଣି ସଂଗ୍ରହ କରିଥାନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ କନ୍ଧସାହି, ସ୍କୁଲସାହି ଏବଂ ପଇଦାଭୁଇଁରେ ଥିବା ନଳକୂଅରୁ ନାଲି ରଙ୍ଗର ପାଣି ବାହାରୁଥିବାରୁ ତାହା ପିଇବା ଓ ଗାଧୋଇବା ଅନୁପଯୋଗୀ ।

କୁଶଙ୍ଗ ବଜାରରୁ ଗାଁକୁ ପାଇପ ପାଣି ସୁବିଧା ସତ୍ତ୍ୱେ ପାଇପ ପାଣିରେ ଏକ ତେଲିଆ ସ୍ତର ପଡୁଥିବା ସହ ତାହା ପିଇବା ଏବଂ ରୋଷେଇ ଉପଯୋଗୀ ହୋଇପାରୁନାହିଁ । ଏହି ପାଇପ ପାଣି ବ୍ୟବହାର ହେଉ ନ ଥିବାରୁ ଗାଁରେ ବିଛା ହୋଇଥିବା ପାଇପ ସବୁ ଫାଟିଯିବା ସହ ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ଭାଙ୍ଗିରୁଜି ଗଲାଣି । ଏହାସହ ନଳକୂଅ ପାଣି ପିଇ ଗାଁର ବହୁ ଲୋକ କିଡନୀ ରୋଗରେ ମୃତ୍ୟୁବରଣ କରୁଥିବା ଅଭିଯୋଗ ହେଉଛି । ଏହି କିଡନୀ ମୃତ୍ୟୁକୁ ଭୟ କରି ଗ୍ରାମବାସୀ ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଏକ ନାଳରେ ଚୁଆ ଖୋଳି ଦୂଷିତ ପାଣି ସଂଗ୍ରହ କରୁଛନ୍ତି । ଏହାକୁ ପିଇବା ଓ ରାନ୍ଧିବା ପାଇଁ ବର୍ଷତମାମ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଆସୁନାହାନ୍ତି ଡ଼ାକ୍ତର, ଫାର୍ମାସିଷ୍ଟ ଲେଖୁଛନ୍ତି ପ୍ରେସ୍କିପସନ୍ 🔴 ଜଗନ୍ନାଥ ବନପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ 🔴 ଭାରତ ଓ ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ 🔴 ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଆସୁନାହାନ୍ତି ଡ଼ାକ୍ତର, ଫାର୍ମାସିଷ୍ଟ ଲେଖୁଛନ୍ତି ପ୍ରେସ୍କିପସନ୍ 🔴 ଜଗନ୍ନାଥ ବନପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ 🔴 ଭାରତ ଓ ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ 🔴 ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି