Before Header

ଡ୍ରେନ ପାଣିରେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର

0 52

ଭୁବନେଶ୍ୱର( ବଡ଼ ଖବର ବ୍ୟୁରୋ ) :  ରାଜଧାନୀରେ ଅଭାବନୀୟ ଘଟଣା । ଡ୍ରେନପାଣିରେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର । ଶତାଦ୍ଦୀ ନଗର ବ୍ୟାଙ୍କ କଲୋନୀ ପାଖ ଡ୍ରେନ ପାଣିରେ ଭାସିଗଲେ ଛାତ୍ର। ଟ୍ୟୁସନ ଯାଉଥିବା ବେଳେ ଗୋଡ ଖସି ଡ୍ରେନ ଭିତରକୁ ଚାଲିଯାଇଥିଲେ। ଫଳରେ ଡ୍ରେନପାଣିରେ ଭାସିଯାଇଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଖୋଜ ନାବାଳକଙ୍କ ନାମ ଜ୍ୟେତିର୍ମୟ ବେହେରା। ଜ୍ୟେତିର୍ମୟଙ୍କ ବୟସ ୧୫ ବର୍ଷ। ସରସ୍ଵତୀ ଶିଶୁ ମନ୍ଦିରରେ ୧୦ମ ଶ୍ରେଣୀରେ ପଢନ୍ତି ଜ୍ୟେତିର୍ମୟ । ତେବେ ଏ ଯାଏ ପତ୍ତା ମିଳିପାରିନାହିଁ । ତେବେ ଡ୍ରେନ ନିକଟରୁ ନାବାଳକଙ୍କ ସାଇକେଲ ଉଦ୍ଧାର କରାଯାଇଛି । 

Leave A Reply

Your email address will not be published.