Masthead

ପାଲଲହଡାରେ ଦୁର୍ନୀତି ଚରମସୀମାରେ

ପାଲଲହଡାରେ(ବଡ଼ ଖବର ବ୍ୟୁରୋ): ମିଛ ରାସ୍ତା ମିଛ ଫଳକ କରି ଖାଇଗଲେ ୧୦ ଲକ୍ଷ ଟଙ୍କା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାଲଲହଡ଼ା ବ୍ଲକରେ । ପାଲଲହଡ଼ା ବ୍ଲକର ଦୁର୍ଗମ ଅଞ୍ଚଳ ବରଡିହ ପଞ୍ଚାୟତ ଖଡକା ଠାରୁ କୁମ୍ଭାରମାଟିଆ ଗ୍ରାମ ପର୍ଯ୍ୟନ୍ତ ୧୦ ଲକ୍ଷ ଟଙ୍କାର ଏକ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବା ନେଇ ବିଲ୍ ପାସ୍ ହୋଇ ସାରିଛି। ମାତ୍ର ରାସ୍ତାର କୌଣସି କାମ ହୋଇନଥିବା ବେଳେ ଏହାର ଫଳକ ୫୦ କିଲୋମିଟର ଦୂର ପେଚାମୁଣ୍ଡି ପଞ୍ଚାୟତ ବର୍ଯ୍ୟବସ୍ତୁ କୋଠରୀ ଭିତରେ ଗୋପନୀୟ ବନାଯାଇ ବିଲ୍ ପାସ୍ କରାଯାଇଥିବା ଜଣାପଡ଼ିଛି।

ବିନା କାମରେ ବିଲ୍ ପାସ୍ ହୋଇଥିବା ନେଇ ଗ୍ରାମବାସୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏ ବାବଦରେ ପାଲଲହଡ଼ା ଗୋଷ୍ଟି ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବାଡ଼ାଙ୍କୁ ଅବଗତ କରିଇବା ପରେ ରାତି ଅଧିଆ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ କାର୍ତ୍ତିକ ମଲ୍ଲିକଙ୍କୁ ବଦଳି କରି ତଦନ୍ତ ଚଳେଇବା ସହ ସେହି ଜାଗାରେ କାମ ହୋଇନଥିବା ପ୍ରକାଶ କରିଛନ୍ତି। ତେବେ ବଦଳି କରି ମାମଲାକୁ ରଫା ଦଫା କରିବା ପାଇଁ ଚେଷ୍ଟା ଚାଲିଛି ବୋଲି ବିଜେପି ବରିଷ୍ଟ ନେତା ଲିଙ୍ଗରାଜ ଦାସ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା