Masthead

ପାକିସ୍ତାନରେ ଇଣ୍ଟରନେଟ ସେବା ବନ୍ଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗିରଫ ହୋଇଛନ୍ତି। ଗିରଫ ପରେ ପାକିସ୍ତାନରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଛି। ଇମ୍ରାନଙ୍କ ସମର୍ଥନରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ପ୍ରତିବାଦ ଆରମ୍ଭ କରିଦେଇଛନ୍ତି। କିଛି ପାକିସ୍ତାନ ସେନା ଅଧିକାରୀ ଇମ୍ରାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଖବର ପ୍ରଚାରିତ ହେବା ପରେ ଲକ୍ଷାଧିକ ଲୋକ ସେନା ବିରୋଧରେ ହିଂସାତ୍ମକ ବିକ୍ଷୋଭ ଜାରି ରଖିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ବାହାରେ ଥିବାରୁ ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଛି । ପାକିସ୍ତାନ ତେହରିକ ଏ ଇନସାଫ୍ ମୁଖ୍ୟ ଇମ୍ରାନ ଖାନ୍ ଇସଲାମାବାଦ ହାଇକୋର୍ଟ ଯାଇଥିବାବେଳେ କୋର୍ଟ ପରିସରରୁ ତାଙ୍କୁ ଉଠାଇ ନିଆଯାଇଥିଲା ।

କରାଚୀ, ଲାହୋର, ଇସଲାମାବାଦ ଓ ରାୱଲପିଣ୍ଡି ସମେତ ସମସ୍ତ ପ୍ରମୁଖ ସହରରେ ବ୍ୟାପକ ହିଂସା ଓ ପୋଡ଼ାଜଳା ଦେଖିବାକୁ ମିଳିଥିଲା । ହିଂସାକୁ ନେଇ ଇସଲାମାବାଦ ଓ ଲାହୋରରେ ୧୪୪ ଧାରା ଜାରି ହୋଇଛି। ଶତାଧିକ ସ୍ଥାନରେ ରାସ୍ତା ଅବରୋଧ ଓ ଭଙ୍ଗାରୁଜା ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି। ପିଟିଆଇ ସମର୍ଥକମାନେ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଉପରେ ଚଢ଼ଉ କରିଥିବା ରିପୋର୍ଟ ମିଳିଛି । କେବଳ ଏତିକି ନୁହେଁ ଆନ୍ଦୋଳନକାରୀଙ୍କ ଉପରେ ଲାଠିମାଡ଼ ଓ ଟିୟର ଗ୍ୟାସ ମାଡ଼ କରାଯାଉଛି । ସମଗ୍ର ପାକିସ୍ତାନରେ ଏବେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି।

ସୂଚନାମୁତାବକ ବିରୋଧରେ ଅନେକ ସ୍ଥାନୀୟ ମିଡିଆ ଚ୍ୟାନେଲ କହିଛନ୍ତି ଯେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ସହିତ ତିନୋଟି ୱେବସାଇଟ୍ ମଧ୍ୟ ଦେଶରେ ନିଷିଦ୍ଧ କରାଯାଇଛି। ବିକ୍ଷୋଭକାରୀମାନେ ସାରା ଦେଶରେ ଅତି କମରେ ତିନିଟି ବିଲ୍ଡିଂରେ ନିଆଁ ଲଗାଇ ଦେଇଥିବାବେଳେ ପୋଲିସ ସମର୍ଥକଙ୍କୁ ଗିରଫ କରାଯାଇଛି। ତେବେ ଏହି ପରିସ୍ଥିତି ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଥିବା ଇମ୍ରାନ ଖାନଙ୍କ ଦଳ ରିପୋର୍ଟ କରିଛି। ଏହି ବିରୋଧ ମଧ୍ୟରେ ପାକିସ୍ତାନ ଟେଲିକମ୍ୟୁନିକେସନ୍ ଅଥରିଟି ଅନୁଯାୟୀ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ମୋବାଇଲ୍ ବ୍ରଡବ୍ୟାଣ୍ଡ ସେବା ସ୍ଥଗିତ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ