Before Header

ରାଷ୍ଟ୍ରପତି ଉଡ଼ାଇବେ ବିମାନ

0 33

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଷ୍ଟ୍ରପତି ଉଡ଼ାଇବେ ବିମାନ । ଦ୍ରୌପଦୀ ମୁର୍ମୁ ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ‘ସୁଖୋଇ -୩୦ ଏମକେ ଲଢୁଆ ବିମାନ ଉଡ଼ାଇବେ ବୋଲି ଜଣେ ସରକାରୀ ମୁଖପାତ୍ର କହିଛନ୍ତି । ସେ କହିଛନ୍ତି ଏପ୍ରିଲ ୬ରୁ ୮ ଯାଏ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସାମ ଗସ୍ତରେ ଯିବେ । ଏପ୍ରିଲ୍‌ ୭ ତାରିଖ ଦିନ ସେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ‘ଗଜ ଉତ୍ସବ-୨୦୨୩’ ଉଦଘାଟନ କରିବେ।

ଏପ୍ରିଲ୍‌ ୮ ରେ ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସ୍ୱଳ୍ପ ସମୟ ପାଇଁ ‘ସୁଖୋଇ ୩୦ ଏମ୍‌କେଆଇ’ ଲଢୁଆ ବିମାନ ଉଡ଼ାଇବେ ବୋଲି ମୁଖପାତ୍ର ଜଣକ କହିଛନ୍ତି। ସୂଚନା ଅନୁସାରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ ୩୦ ମିନିଟ ଧରି ପୁନେରେ ‘ସୁଖୋଇ -୩୦ ଏମକେଆଇ’ ଉଡ଼ାଇଥିଲେ ।

Leave A Reply

Your email address will not be published.