Before Header

କଳା ସାମ୍ରାଜ୍ୟ ପଛରେ ମନ୍ତ୍ରୀ ଜଗନ୍ନାଥ ସାରକା !

0 439

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସ୍ୱାମୀଙ୍କ କଳାସାମ୍ରାଜ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ ମହିଳା କନେଷ୍ଟବଳ ପ୍ରଜ୍ଞା । ପ୍ରତିବାଦ କରିବାରୁ ପ୍ରଥମ ଦିନରୁ ଆରମ୍ଭ ହୋଇଥିଲା ଅତ୍ୟାଚାର । ଘରେ ପ୍ୟାକିଂ ଗଞ୍ଜେଇ ପାର୍ସଲ । ଟଙ୍କା ଫିକ୍ସ ହୋଇ ପାର୍ ହେଉଛି ନିଶା ଗାଡି । ଜଣେ କନେଷ୍ଟବେଳ ଏତେ ପାୱା୍ରଫୁଲ କେମିତି ହେଲେ? ଏହାର ଖୁଲାସା କରିଛନ୍ତି ସୁଶାନ୍ତଙ୍କ ପତ୍ନୀ ପ୍ରଜ୍ଞା । ରାଜ୍ୟ ସରକାରଙ୍କ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସଂପୃକ୍ତିର ଆସିଛି ସଂଗୀନ ଅଭିଯୋଗ । ସୁଶାନ୍ତ ଯାହା ପାଉଥିଲେ ସେଥିରେ ମନ୍ତ୍ରୀଙ୍କ ଭାଗ ଥିବା ଅଭିଯୋଗ ହୋଇଛି । ସୁଶାନ୍ତଙ୍କ ଡେବିଟ୍ କାର୍ଡରୁ ମନ୍ତ୍ରୀ ପାଇଁ କିଣାଯାଇଥିଲା ୪୦ ଇଞ୍ଚର ଏଲଇଡି ଟିଭି ।

କଳାସାମ୍ରାଜ୍ୟର ପ୍ରତିବାଦ କଲେ ମହିଳା କନେଷ୍ଟବଳ ପ୍ରଜ୍ଞା । ବଦଳରେ ସ୍ୱାମୀ ସୁଶାନ୍ତ ଦେଲେ ପାଶବିକ ଅତ୍ୟାଚାର । ଆଖି ସାମ୍ନାରେ ପ୍ରଜ୍ଞା ଦେଖୁଥିଲେ, କେମିତି ଅବକାରୀ କନେଷ୍ଟବଳ ଚଳାଇଥିଲେ ନିଶା କାରବାରର କଳାସାମ୍ରାଜ୍ୟ । କିନ୍ତୁ ଜଣେ କନେଷ୍ଟବଳଙ୍କ ଏତେ ପାୱାର ହେବା ସମ୍ଭବ କେମିତି ? ଏଇଠି ସାମ୍ନାକୁ ଆସିଥିଲା ଅସଲ ଖଳନାୟକଙ୍କ ଲିଙ୍କ୍ । ପ୍ରଜ୍ଞା ଖୋଲିଛନ୍ତି କଳାସାମ୍ରାଜ୍ୟରେ ମନ୍ତ୍ରୀ ଲିଙ୍କ୍ ର ଗୁମର । ସେ ଅଭିଯୋଗ କରିଛନ୍ତି, ଅବକାରୀ କନେଷ୍ଟବଳ ସୁଶାନ୍ତ ପାତ୍ରଙ୍କ ଏହି କଳାସାମ୍ରାଜ୍ୟ ପଛରେ ରହିଛି ରାଜ୍ୟର ଅନୁସୂଚିତ ଜାତି, ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଆଶୀର୍ବାଦ । ମନ୍ତ୍ରୀ ବାହୁବଳେ ଏହି ବେଆଇନ କାରବାର ଚଳାଇଛି ସୁଶାନ୍ତ ।
ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବଳରେ ସୁଶାନ୍ତଙ୍କ ରହିଛି ଲୋକସେବା ଭବନରେ ଅବାଧ ଆତଯାତ । ଚୋରା ମଦ ବେପାରୀଙ୍କ ସବୁ କାମ ନେଇ ଆଣି ଥୋଇଦିଏ ସୁଶାନ୍ତ । ୨୦୧୯ ଜାନୁଆରୀ ୩ରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଏକ ୪୦ ଇଞ୍ଚର ଏଲଇଡି ଗିଫ୍ଟ କରିଥିଲେ ସୁଶାନ୍ତ । ଭୁବନେଶ୍ୱର ବାପୁଜୀ ନଗରରୁ କିଣାଯାଇତିବା ଏହି ଏଲଇଡି ପାଇଁ ସୁଶାନ୍ତଙ୍କ ଡେବିଟ୍ କାର୍ଡରୁ ପେମେଣ୍ଟ ହୋଇଥିଲା । ୱାରେଣ୍ଟି କାର୍ଡରେ ମନ୍ତ୍ରୀଙ୍କ ପତ୍ନୀ ଦମୟନ୍ତୀଙ୍କ ନାଁରେ ଦସ୍ତଖତ କରିବାକୁ ପ୍ରଜ୍ଞାଙ୍କୁ କହିଥିଲା ସୁଶାନ୍ତ । ମନ୍ତ୍ରୀଙ୍କ ଘର ପାଇଁ ଟାଇଲ ବି ପଠାଉ ଥିଲା ସୁଶାନ୍ତ । ମନ୍ତ୍ରୀଙ୍କ ସହ ସୁଶାନ୍ତଙ୍କ ସଂପର୍କ ଦେଖି ପ୍ରଜ୍ଞା ସନ୍ଦେହ କରିଛନ୍ତି ଏତେ ପାୱାର, ବେଆଇନ କାରବାରର ସାମ୍ରାଜ୍ୟ ପଛରେ ସୁଶାନ୍ତ ପଛରେ ଛିଡା ହୋଇଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା ।
ଖାଲି ମନ୍ତ୍ରୀ ଜଗନ୍ନାଥ ସରକାର ନୁହେଁ, ଶାସକ ଦଳର ଟାଣୁଆ ନେତା ସାଂସଦ ଭାସ୍କର ରାଓଙ୍କ ଉପରେ ବି ରହିଛି ସନ୍ଦେହ । ସରକାରୀ ଦଳର ନେତା, ଅଫିସରଙ୍କ ନେକ୍ସସରେ ଚାଲିଛି ଅବକାରୀ ବିଭାଗର କଳାକରାନାମା । ଯାହାର ବିରୋଧ କରିବାକୁ ପାଶବିକ ଅତ୍ୟାଚାର ପାଇଛନ୍ତି ପ୍ରଜ୍ଞା । ମନ୍ତ୍ରୀ ଜଗନ୍ନାଥ ସରକାରଙ୍କ ବିରୋଧରେ ଠୋସ୍ ଅଭିଯୋଗ ପରେ ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ଦାବି ହେଉଛି ।
ସାହସର ସହ ମନ୍ତ୍ରୀ ସାରକାଙ୍କ ଗୁମର ଖୋଲିଛନ୍ତି ମହିଳା କନେଷ୍ଟବଳ । ତାଙ୍କ ଉପରେ ହୋଇଥିବା ଅତ୍ୟାଚାର, ଅବକାରୀ ବିଭାଗର କଳାସାମ୍ରାଜ୍ୟ ଓ ଏଥିରେ ପାୱାରଫୁଲ ଲୋକଙ୍କ ସଂପୃକ୍ତିକୁ ସାମ୍ନାକୁ ଆଣିଛନ୍ତି ପ୍ରଜ୍ଞା ।

Leave A Reply

Your email address will not be published.