Masthead

ଖାଇଗଲେ ରାସ୍ତାଟଙ୍କା

ଖାଇଗଲେ ରାସ୍ତାଟଙ୍କା
ଜଳେଶ୍ୱର, (ବଡ଼ ଖବର ବ୍ୟୁରୋ): ରାସ୍ତାରେ ମାଟି ମୁଠାଏ ନପକଇ ଚଳୁ କରିନେଲେ ସରକାରୀ ଟଙ୍କା । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଦକ୍ଷିଣପ୍ରହରାଜପୁର ପଞ୍ଚାୟତ ପ୍ରହରାଜପୁର ଗାଁରୁ । ୨୦୧୭-୧୮ ଆର୍ଥିକ ବର୍ଷରେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଦ୍ୱାରା ପ୍ରହରାଜପୁର ବଡ଼ମାଝି ଛକଠାରୁ ଛାତ୍ରୀ ଠାକୁରାଣୀ ମଣ୍ଡପ ପର୍ଯ୍ୟନ୍ତ ୫୦୦ମିଟର ରାସ୍ତାର ମରାମତି ପାଇଁ ୭୩,୨୪୬ଟଙ୍କା ମଞ୍ଜୁର ହୋଇଥିଲା । ତେବେ ରାସ୍ତାରେ ମାଟି ମୁଠାଏ ନପାଇ ଟଙ୍କା ହଡପ କରାଯାଇଥିବା ସମିତିସଭ୍ୟ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତତ୍କାଳୀନ ବିଡିଓ ଓ ବର୍ତ୍ତମାନର କନିଷ୍ଠ ଯନ୍ତ୍ରୀ ଏହି ଘୋଟାଲା କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ସପ୍ତାହକ ଭିତରେ ଯଦି ତଦନ୍ତ ନହୁଏ ତେବେ ଜଳେଶ୍ୱର ବ୍ଲକ ଅଫିସ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଜନପ୍ରତିନିଧି ଓ ଗ୍ରାମବାସୀଙ୍କ ଅଭିଯୋଗ ସମ୍ପର୍କରେ ବଡ଼ ଖବର ପକ୍ଷରୁ ବିଡଓ, କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । “ଦୁଇ ସରକାରୀ ବାବୁ କହିଛନ୍ତି ଅଭିଯୋଗ ଆସିଛି ତଦନ୍ତ ହେବ’ । “ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ହେବ’।
ଗୋଟିଏ ପଟେ ଗ୍ରାମଞ୍ଚଳର ବିକାଶ ପାଇଁ ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବେ ବେଳେ ସରକାରୀ ବାବୁଙ୍କ ବାଟମାରଣା ନୀତି ଯୋଗୁଁ ସମସ୍ୟା ଭୋଗୁଛନ୍ତି ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ