Masthead

ଖାଇଗଲେ ରାସ୍ତାଟଙ୍କା

ଖାଇଗଲେ ରାସ୍ତାଟଙ୍କା
ଜଳେଶ୍ୱର, (ବଡ଼ ଖବର ବ୍ୟୁରୋ): ରାସ୍ତାରେ ମାଟି ମୁଠାଏ ନପକଇ ଚଳୁ କରିନେଲେ ସରକାରୀ ଟଙ୍କା । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଦକ୍ଷିଣପ୍ରହରାଜପୁର ପଞ୍ଚାୟତ ପ୍ରହରାଜପୁର ଗାଁରୁ । ୨୦୧୭-୧୮ ଆର୍ଥିକ ବର୍ଷରେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଦ୍ୱାରା ପ୍ରହରାଜପୁର ବଡ଼ମାଝି ଛକଠାରୁ ଛାତ୍ରୀ ଠାକୁରାଣୀ ମଣ୍ଡପ ପର୍ଯ୍ୟନ୍ତ ୫୦୦ମିଟର ରାସ୍ତାର ମରାମତି ପାଇଁ ୭୩,୨୪୬ଟଙ୍କା ମଞ୍ଜୁର ହୋଇଥିଲା । ତେବେ ରାସ୍ତାରେ ମାଟି ମୁଠାଏ ନପାଇ ଟଙ୍କା ହଡପ କରାଯାଇଥିବା ସମିତିସଭ୍ୟ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତତ୍କାଳୀନ ବିଡିଓ ଓ ବର୍ତ୍ତମାନର କନିଷ୍ଠ ଯନ୍ତ୍ରୀ ଏହି ଘୋଟାଲା କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ସପ୍ତାହକ ଭିତରେ ଯଦି ତଦନ୍ତ ନହୁଏ ତେବେ ଜଳେଶ୍ୱର ବ୍ଲକ ଅଫିସ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଜନପ୍ରତିନିଧି ଓ ଗ୍ରାମବାସୀଙ୍କ ଅଭିଯୋଗ ସମ୍ପର୍କରେ ବଡ଼ ଖବର ପକ୍ଷରୁ ବିଡଓ, କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । “ଦୁଇ ସରକାରୀ ବାବୁ କହିଛନ୍ତି ଅଭିଯୋଗ ଆସିଛି ତଦନ୍ତ ହେବ’ । “ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ହେବ’।
ଗୋଟିଏ ପଟେ ଗ୍ରାମଞ୍ଚଳର ବିକାଶ ପାଇଁ ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବେ ବେଳେ ସରକାରୀ ବାବୁଙ୍କ ବାଟମାରଣା ନୀତି ଯୋଗୁଁ ସମସ୍ୟା ଭୋଗୁଛନ୍ତି ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା