Masthead

ବାଣୀବିହାର ପାଲଟିଲା କ୍ରାଇମ୍ ଜୋନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ରାଜଧାନୀରେ ହତ୍ୟାକାଣ୍ଡ । ସାମନ୍ତରାପୁର ପରେ ଏଥର ବାଣୀବିହାର କ୍ୟାମ୍ପସ୍‌ ପାଲଟି ଯାଇଛି କ୍ରାଇମ ଜୋନ୍ । କ୍ୟାମ୍ପସର ନିର୍ମାଣଧୀନ ବିଲ୍ଡିଂ ପରିସରରେ ଜଣେ ଶ୍ରମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ସେ ହେଲେ ଗୁଜୁରାମ ସିଂ , ଘର ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଞ୍ଚଳର । ସହିଦନଗର ଥାନା ପୁଲିସ ତାଙ୍କ ମୃତଦେହକୁ ଜବତ କରିଛି । ସେପଟେ ହତ୍ୟାକାରୀକୁ ଚିହ୍ନଟ କରାଯାଇଛି । କିନ୍ତୁ ହତ୍ୟାକାରୀ ଜଣକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି ।

କ୍ୟାମ୍ପସରେ ବର୍ତ୍ତମାନ ଏକାଧିକ ନିର୍ମାଣକାମ ଚାଲିଛି । ମୁଖ୍ୟ ଫାଟକ ସାମ୍ନାରେ ଏକ ନୂଆ ବିଲ୍ଡିଂ ନିର୍ମାଣ ହେଉଥିବା ବେଳେ କନଭୋକେସନ ହଲ୍‌ ବି ଗଢ଼ାଚାଲିଛି। ୨୦ ଦିନ ତଳେ ଗୁଜୁରାମ ସେଠାକୁ କାମ କରିବାକୁ ଆସିଥିଲେ । ତାଙ୍କ ସହ ଆଉ ଜଣେ ମୟୂରଭଞ୍ଜ ବାସିନ୍ଦା ଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ଥିଲା । ଟଙ୍କା ନେଣଦେଣକୁ ନେଇ କିଛି ଦିନ ତଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । କାମ ସରିବା ପରେ ଉଭୟେ ଗୁରୁବାର ସନ୍ଧ୍ୟାରେ ବିଲ୍ଡିଂ ଛାତରେ ଏକାଠି ମଦପାନ କରିଥିଲେ। କିନ୍ତୁ ଟଙ୍କା ଦିଆନିଆ ଘଟଣାକୁ ନେଇ ପୁଣି ଝଗଡା ହୋଇଥିଲା । ଉକ୍ତ ନିର୍ମାଣଧୀନ ବିଲ୍ଡିଂରେ ଶ୍ରମିକ ଜଣକ ଛୁରୀ ଯୋଗେ ଗୁଜୁରାମଙ୍କ ବେକକୁ କାଟି ଦେଇଥିଲା।

ଅନ୍ୟ ଶ୍ରମିକଙ୍କଠାରୁ ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା। ଘଟଣାସ୍ଥଳରେ ଗୁଜୁରାମଙ୍କ ମୃତଦେହ ପଡିଥିବା ଦେଖିଥିଲା। ତାଙ୍କ ବେକରେ ଏକ ଗାମୁଛା ଗୁଡାଇ ହୋଇଥିଲା। ସେ ଉପରମୁହାଁ ହୋଇ ତଳେ ପଡିଥିଲେ। ମୃତଦେହ ଚାରିପାଖ ଚଟାଣରେ ରକ୍ତ ଭାସୁଥିଲା। ବେକରେ ଏକ ଗଭୀର କ୍ଷତ ଚିହ୍ନ ଥିଲା ।
ପୁଲିସ ସନ୍ଦେହ କରୁଛି, ହତ୍ୟାକାରୀ ଜଣକ ପ୍ରଥମେ ଗୁଜୁରାମଙ୍କ ବେକରେ ଗାମୁଛା ଗୁଡାଇ ମାରିବାକୁ ଚେଷ୍ଟା କରିଛି। ଏଥିରେ ଫେଲ୍‌ ମାରିବାରୁ ତାଙ୍କ ବେକକୁ ଛୁରିରେ କାଟି ଦେଇଛି । ସେପଟେ ଅନ୍ୟ ଶ୍ରମିକଙ୍କଠାରୁ ପୁଲିସ ହତ୍ୟାକାରୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। କିଛି ଶ୍ରମିକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼