Masthead

ବନ୍ଧୁକ ମୁନରେ ଲୁଟ

ଆଠଗଡ (ବଡ଼ ଖବର ବ୍ୟୁରୋ): ମାତିଲେଣି ଲୁଟେରା । ଲୁଟ କରିବାକୁ ଭୟ କରୁ ନାହାନ୍ତି ସାଧାରଣ ଜନତାଙ୍କୁ କିମ୍ବା ଖାକିପୋଷାକ ପିନ୍ଧିଥିବା ପୋଲିସଙ୍କଠାରୁ । ଦିନ ଦ୍ଵିପ୍ରହରରେ ହେଉ ଅଥବା ରାତିରେ ବେଧଡକ ଭାବରେ ଲୁଟୁଛନ୍ତି ଲୁଟେରା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଥାନା ପାଞ୍ଚ ଗାଁ ନିକଟରେ ଥିବା ଏଚ ପି ପେଟ୍ରୋଲ ପମ୍ପରେ ।

ତିନିଜଣ ଲୁଟେରା ଏକ ବାଇକରେ ତେଲ ପକାଇବା ବାହାନାରେ ଆସି ତେଲ ପକାଇ ଟଙ୍କା ମଧ୍ୟ ଦେଇଥିଲେ । କିନ୍ତୁ ପଛରେ ବସିଥିବା ଲୁଟେରା ତେଲ ପକାଉଥିବା ଯୁବକକୁ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗ ମାଗିଥିଲା। ହଠାତ କିଛି ବୁଝି ନ ପାରି ଆବକ ହୋଇଥିଲା ପେଟ୍ରୋଲ ଦେଉଥିବା କର୍ମଚାରୀ ଜଣକ।

ତେବେ ଅନ୍ୟ ଦୁଇ ଲୁଟେରା ଜବରଦସ୍ତ ବ୍ୟାଗଟିକୁ ନେଇ ଫେରାର ହୋଇଯାଇଥିଲେ । ତେବେ ଏ ନେଇ ପେଟ୍ରୋଲ ପମ୍ପ ପକ୍ଷରୁ ତିଗିରିଆ ଥାନାରେ ଏତଲା ଦେଇଥିଲେ ପମ୍ପ ମାଲିକ। ଖବର ପାଇ ତିଗିରିଆ ପୋଲିସର ତଦନ୍ତ ଚଳାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ