Masthead

ଯୁଦ୍ଧ ବନ୍ଦ ପାଇଁ ଚୀନ୍‌ର ପ୍ରସ୍ତାବକୁ ରୁଷ୍‌ର ସ୍ୱାଗତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଏବେ ବି ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଯୁଦ୍ଧ ବନ୍ଦ ହେବାର ନାଁ ଧରୁ ନାହିଁ । କିଛି ଦିନ ତଳେ ପୁଟିନ ଯୁକ୍ରେନର ମାରିଆପୋଲ ଗସ୍ତ କରିଥିଲେ । କିନ୍ତୁ ଯୁଦ୍ଧ ବନ୍ଦ କରିବାକୁ ଚୀନ୍‌ ତରଫରୁ ପ୍ରସ୍ତାବ ଦିଆଯାଇଛି। ଚୀନ୍‌ର ଏହି ପ୍ରସ୍ତାବକୁ ରୁଷ୍‌ ତରଫରୁ ସ୍ବାଗତ କରାଯାଇଛି। ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ରୁଷ୍ ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଯୁଦ୍ଧ ବନ୍ଦ ପାଇଁ ଆଲୋଚନା କରିଥିଲେ।

ଦୁଇ ନେତାଙ୍କ ତରଫରୁ ମିଳିତ ଭାବେ ଜାରି ବିବୃତିରେ ଯୁଦ୍ଧ ବନ୍ଦ ପାଇଁ ବାର୍ତ୍ତାଳାପକୁ ଗୁରୁତ୍ବ ପ୍ରଦାନ କରାଯାଇଛି। ବାର୍ତ୍ତାଳାପ ଦ୍ବାରା ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବନ୍ଦ କରାଯାଇ ପାରିବ ବୋଲି ବିବୃତିରେ ଦର୍ଶାଯାଇଛି। ୟୁକ୍ରେନ୍‌ ସହ ଯୁଦ୍ଧ ବନ୍ଦ କରିବାକୁ ଚୀନ୍ ତରଫରୁ ଯେଉଁ ଗଠନମୂଳକ ପରାମର୍ଶ ପ୍ରଦାନ କରାଯାଇଛି ତାହାକୁ ରୁଷ୍‌ ତରଫରୁ ସ୍ବାଗତ କରାଯାଇଛି। ଆଲୋଚନା ମାଧ୍ୟମରେ ଯୁଦ୍ଧ ବନ୍ଦ ହୋଇପାରିବ, ତେବେ ଏହି ଯୁଦ୍ଧରୁ ଅନ୍ୟ କୌଣସି ଦେଶ ବା ଗୋଷ୍ଠୀ ଯେପରି କୌଣସି ଅନୁଚିତ୍‌ ଲାଭ ଉଠାଇ ନ ପାରିବେ ସେଥିପ୍ରତି ଦୃଷ୍ଟି ରଖାଯିବା ଉଚିତ୍‌ ବୋଲି ମିଳିତ ବିବୃତରେ ଉଲ୍ଲେଖ କରାଯାଇଛି।

ସେହିପରି ପ୍ରତି ରାଷ୍ଟ୍ରର ସୁରକ୍ଷା ପ୍ରତି ଗୁରୁତ୍ବ ପ୍ରଦାନ କରାଯିବା ସହ କୌଣସି ଗୋଷ୍ଠୀ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି କରାଇବାରୁ ଦୂରେଇ ରହିବା ଉଚିତ୍‌ ବୋଲି ବିବୃତିରେ ଦର୍ଶାଯାଇଛି। ୟୁକ୍ରେନ୍‌ ସହ ଯୁଦ୍ଧକୁ ନେଇ ଆମେରିକା, ୟୁରୋପର ଏକାଧିକ ଦେଶ, ଜାପାନ ପ୍ରମୁଖ ଦେଶଙ୍କ ତରଫରୁ ରୁଷ୍‌ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଥିବାରୁ ତାହାକୁ ମିଳିତ ବିବୃତିରେ ନାପସନ୍ଦ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ