Masthead

ଶରଣାର୍ଥୀ ଶିବିରରେ ଗ୍ୟାଙ୍ଗୱାର୍, ହଜାର ହଜାର ଲୋକଙ୍କ ପଳାୟନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦକ୍ଷିଣ ବାଙ୍ଗାଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଏକ ବଡ ଧରଣର ଗୋଷ୍ଠୀ ସଂଘର୍ଷ ହୋଇଛି । ଫଳରେ ହଜାର ହଜାର ଲୋକ ସ୍ଥାନ ଛାଡି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି । ଏହି ଗୋଷ୍ଠୀ ସଂଘର୍ଷରେ ଅତିକମରେ ୮ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଓ ମାନବବାଦୀ କର୍ମୀମାନେ ଏନେଇ ସୂଚନା ଦେଇଛନ୍ତି ।

ଗୁଳି ବିନିମୟ, ଅଗ୍ନିକାଣ୍ଡ ଓ ଅପହରଣ ମାମଲାରେ ୧୨ଜଣଙ୍କୁ ଗିରଫ କରାଯାଇଛି । ଦୁଇ ଦଳ ଭିତରେ ଶୀର୍ଷ ସ୍ଥାନକୁ ନେଇ ଝଗଡା ଓ ଶେଷରେ ବିରାଟ ଗୋଷ୍ଠୀ ସଂଘର୍ଷ । ମାନବ ଚାଲାଣ, ଡ୍ରଗ୍ସ ଚୋରା କାରବାରରେ ଏହି ଦୁଇଗୋଷ୍ଠୀ ସମ୍ପୃକ୍ତି ଥିବା ଜଣାପଡିଛି । ଜଣେ ଶରଣାର୍ଥୀ କହିଛନ୍ତି, ଏହି ଗୁଳି ବିନିମୟରେ ଦୁଇ କୁଖ୍ୟାତ ସ୍ଥାନୀୟ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଡ୍ରଗ୍ସ ଚୋରା କାରବାରରେ ଜଡିତ ଅଛନ୍ତି । ଗୋଟିଏ ଗୋଷ୍ଠୀର ନାମ ‘ମୁନ୍ନା’ ଓ ଅନ୍ୟଟି ହେଉଛି ଆରାକାନ୍ ରୋହିଙ୍ଗ୍ୟା ସାଲଭେସନ ଆର୍ମି’ । ଏହି ଦୁଇଗୋଷ୍ଠୀର ସ୍ୱତନ୍ତ୍ର ସୈନ୍ୟବାହିନୀ ଅଛନ୍ତି । ଏହି ସୈନ୍ୟବାହିନୀ ଶରଣାର୍ଥୀମାନଙ୍କୁ ଅପହରଣ ଓ ଆକ୍ରମଣ କରୁଥିବା ଅଭିଯୋଗ ହୋଇଆସୁଛି ।

ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ଯେଉଁଠି ୧ ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି । ମାନବିଧିକାର କର୍ମୀଙ୍କ କହିବାନୁଯାୟୀ ଏଭଳି ଘଟଣାରେ ୨୦୧୮ରୁ ଆଜି ପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ