ନୂଆଦିଲ୍ଲୀ, (ବଡ଼ ଖବର ବ୍ୟୁରୋ): କରୋନା କାଳରେ ଵାଇକ୍ ଵିକ୍ରି ସମସ୍ତଙ୍କୁ ଚକିତ କଲାପରି ଵୃଦ୍ଧି ପାଇଛି । ତାହା ପୁଣି ରୟାଲ ଏନଫିଲ୍ଡ ମୋଟର ସାଇକେଲ ନିର୍ମାତା କମ୍ପାନୀର । ୨୦୨୦ ସେପ୍ଟେମ୍ବରରେ କମ୍ପାନୀର ମାସିକ ବିକ୍ରି ୬୦ହଜାର ୟୁନିଟ୍ ପାର କରିଛି । ରୟାଲ୍ ଏନଫିଲ୍ଡ ଗତବର୍ଷ ସେପ୍ଟେମ୍ବର ମାସରେ ବିକ୍ରି କରିଥିବା ସଂଖ୍ୟା ୫୪୮୫୮କୁ ଅତିକ୍ରମ କରି ନୂଆ ରେକର୍ଡ କରିଛି । ଗତବର୍ଷ ତୁଳନାରେ କମ୍ପାନୀ ଅଧିକ ୨ ପ୍ରତିଶତ ଗାଡ଼ି ବିକ୍ରି କରିଛି ।
କମ୍ପାନୀ ୨୦୨୦ ମେ’ରେ ୨୦ ହଜାରରୁ କମ୍ ମୋଟରସାଇକେଲ ବିକ୍ରି କରିଥିବାବେଳେ ଅଗଷ୍ଟରେ ଵିକ୍ରି ୫୦ ହଜାର ଅତିକ୍ରମ କରିଥିଲା । ସେହିପରି ସେପ୍ଟେମ୍ବର ମାସରେ କମ୍ପାନୀ ମୋଟ ୪୧୩୧ ମୋଟର ସାଇକେଲ ବିଦେଶକୁ ରପ୍ତାନୀ କରିଛି । ତେଵେ ଗତବର୍ଷ ସେପ୍ଟେମ୍ବର ତୁଳନାରେ ୧୧ ପ୍ରତିଶତ କମ ଅର୍ଥାତ ୪୬୪୨ ମୋଟର ସାଇକେଲ ରପ୍ତାନୀ କରିଛି ।