ଶ୍ରୀମନ୍ଦିର ପାଇଁ ୧୯୦କୋଟି, ସେବାୟତଙ୍କୁ ଡ୍ରେସ୍ କୋଡ୍

ପୁରୀ(ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ପାଇଁ ଅନୁମୋଦିତ ହୋଇଛି ୧୯୦କୋଟି। ଆଗକୁ ସେବାୟତ ଓ କର୍ମଚାରୀ ପିନ୍ଧିବେ ଡ୍ରେସ୍ କୋଡ୍। ଆଜି ଶ୍ରୀମନ୍ଦିର ପରିଚାଳନା କମିଟିରେ ଗୃହୀତ ହୋଇଛି ଚଳିତ ଆର୍ଥିକ ବର୍ଷର ବଜେଟ। କୋଭିଡ କଟକଣା ଯୋଗୁଁ ପୂର୍ବରୁ ବିଳମ୍ବିତ ହୋଇଥିବା ବଜେଟ୍ ୧୯୦.୨୬ କୋଟିର ବଳକା ବଜେଟ୍ ଭାବେ ଗୃହୀତ ହୋଇଥିଲା । ଖଣିରୁ ୧୫ କୋଟି, ଜମା ସୁଧରୁ ୩୭ କୋଟି, ହୁଣ୍ଡିରୁ ୬ କୋଟି ଟଙ୍କା ଓ ରାଜ୍ୟ ସରକାର ୪୨ କୋଟି ଟଙ୍କାର ସହାୟତା ଦେଇଥିବା ବଜେଟରେ ଉଲ୍ଲେଖ କରାଯାଇଛି। ରଥଯାତ୍ରାରେ ୧୨ କୋଟି ୭୨ ଲକ୍ଷ ଟଙ୍କା, ପାଳିଆ ପୁରସ୍କାରରେ ୧୫ କୋଟି, ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ୨୧ କୋଟି ଟଙ୍କା ବିନିଯୋଗ କରାଯାଇଛି। ଆସନ୍ତାବର୍ଷ ଖଣିରୁ ପ୍ରାୟ ୭୦ କୋଟି ଟଙ୍କା ଆୟର ଲକ୍ଷ୍ୟ ରଖାଯାଇଥିବା ବେଳେ ଶ୍ରୀମନ୍ଦିରରେ ଲାଗିଥିବା ଖଣ୍ଡାଲାଇଟ ପଥର ଆମଦାନୀ ପାଇଁ ଓଏମସି ସହିତ ବୁଝାମଣା କରାଯିବ।

ପୁରୀ ସହରର ଜମିଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ କରାଯାଇଛି। ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେହିପରି ସୂର୍ଯ୍ୟ ମନ୍ଦିର ଦ୍ବାରର ହେବ ରୂପା ଛାଉଣୀ। ଜଣେ ଦାତାଙ୍କ ଦ୍ବାରା ଏହି ରୂପା ଛାଉଣୀ କାର୍ଯ୍ୟ କରାଯିବ। ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀମାନଙ୍କ ପାଇଁ ଭିନ୍ନ ଭିନ୍ନ ଡ୍ରେସ୍ କୋଡ୍ କରିବାକୁ ନିଷ୍ପତ୍ତି ହୋଇଛି। କେଉଁ ଭଳି ଡ୍ରେସ୍ କୋଡ୍ ଲାଗୁ ହେବ ସେ ନେଇ ବିଚାର ବିମର୍ଶ କରାଯାଉଛି। ସେବାୟତଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଏକ ଘରୋଇ ହସ୍ପିଟାଲ ସହିତ ବୁଝାମଣା କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ଏହି ବୈଠକ ଗଜପତି ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ଓ ପରିଚାଳନା କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ