Masthead

ବନ୍ଧୁକ ମୁନରେ ଲୁଟିଲେ ୨୧ ଲକ୍ଷ ଟଙ୍କା

ସୁବର୍ଣ୍ଣପୁର(ବଡ ଖବର ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲାରେ ଚାଞ୍ଚଲ୍ୟ । ବନ୍ଧୁକ ମୁନରେ ଲୁଟିନେଲେ ୨୧ ଲକ୍ଷ ଟଙ୍କା । ଏଟିଏମରେ ଭର୍ତ୍ତି ପାଇଁ ଟଙ୍କା ଧରି ଯିବାବେଳେ ଘଟିଥିଲା ଏଭଳି ଘଟଣା । ଧର୍ମଶାଳା ଫାଣ୍ଡିରୁ ଦେଢ କିମି ଦୂର ବାଘଲପୁର ଗାଁ ନିକଟରେ ଘଟିଛି ଏଭଳି କାଣ୍ଡ । ସୁବର୍ଣ୍ଣପୁର ବରୋଦା ବ୍ୟାଙ୍କରୁ ସୁଧାଂଶୁ ପ୍ରଧାନ ଓ ସୁନିଲ ମହାରଣା ୨୧ ଲକ୍ଷ ଟଙ୍କା ଧରି ଉଲୁଣ୍ଡା ଏଟିଏମକୁ ଭର୍ତ୍ତି କରିବା ପାଇଁ ଯାଉଥିଲେ । ଜଣଙ୍କ ବ୍ୟାଗରେ ୧୧ ଲକ୍ଷ ଟଙ୍କା ଥିବାବେଳେ ଆଉ ଜଣଙ୍କ ବ୍ୟାଗରେ ୧୦ ଲକ୍ଷ ଟଙ୍କା ଥିଲା ।

ଉଭୟେ ବାଘଲପୁର ଗାଁ ପାର ହେଲା ପରେ ୬ ଜଣ ଡକାୟତ ୩ ଟି ବାଇକରେ ଆସିଥିଲେ । ପ୍ରଥମେ ସୁଧାଂଶୁଙ୍କ ବାଇକୁ ଧକ୍କା ମାରି ପକାଇ ଦେଇଥିଲେ । ପରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଉଭୟଙ୍କ ବ୍ୟାଗ ଛଡାଇ ନେଇଥିବା ସୁଧାଂଶୁ କହିଛନ୍ତି । ଧର୍ମଶାଳା ଫାଣ୍ଡିକୁ ଆସି ଅଭିଯୋଗ କରିଛନ୍ତି ସୁଧାଂଶୁ । ଡକାୟତ ଦଳ ଗୋଟିଏ ନମ୍ବର ବିହିନ ଗାଡି ଘଟଣା ସ୍ଥଳରେ ଛାଡି ଦେଇଥିଲେ । ଗାଡିକୁ ପୋଲିସ ଜବତ କରିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ