Masthead

ହକି ଛାଡିଲେ ରୂପିନ୍ଦର ପାଲ ସିଂହ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) :  ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମର ରୂପିନ୍ଦର ପାଲ ସିଂହ ଅନ୍ତର୍ଜାତୀୟ ହକିରୁ ଅବସର ନେଇ ଘୋଷଣା କରିଛନ୍ତି । ୩୦ ବର୍ଷୀୟ ରୂପିନ୍ଦର ନିଜର ୧୩ ବର୍ଷର କ୍ୟାରିଅରରେ ୨୨୩ଟି ମ୍ୟାଚ ଖେଳିଛନ୍ତି । ତେବେ ରୂପିନ୍ଦର ସୋଶିଆଲ ମିଡିଆରେ ନିଜର ଅବସର ନେଇ ସୂଚନା ଦେଇଛନ୍ତି । ଯୁବ ଖେଳାଳୀଙ୍କୁ ସୁଯୋଗ ଦେବା ପାଇଁ ସେ ଏଭଳି ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି ।

ସେ କହିଛନ୍ତି, ମୋ ମତରେ ଏବେ ଯୁବ ଓ ପ୍ରତିଭାଶାଳୀ ଖେଳାଳିଙ୍କୁ ସୁଯୋଗ ମିଳିବା ଦରକାର । ସେ ଆହୁରି କହିଛନ୍ତି, ଭାରତ ପକ୍ଷରୁ ୨୨୩ ମ୍ୟାଚରେ ପ୍ରତିନିଧିତ୍ୱ କରିଥିବାରୁ ନିଜକୁ ସମ୍ମାନିତ ମନେ କରୁଛି । ଟୋକିଓ ଅଲିମ୍ପିକ୍ସରେ ଆମର ସମସ୍ତଙ୍କ ସ୍ୱପ୍ନ ପୂରଣ ହୋଇଛି । ବିଶ୍ୱ ହକିରେ ଏତେ ପ୍ରତିଭାଶାଳୀ ଖେଳାଳିଙ୍କ ସହ ଖେଳିବା ମୋ ପାଇଁ ସବୁଠୁ ବଡ ମୁହୂର୍ତ୍ତ ଥିଲା । ତେବେ ଆଗାମୀ ଦିନରେ ଦଳ ଆହୁରି ଉନ୍ନତି କରୁ ମୁଁ ଶୁଭକାମନା ଜଣାଉଛି ବୋଲି ରୂପିନ୍ଦର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ