ଆଜିଠୁ ଏକାଦଶ ଶ୍ରେଣୀ ପାଠପଢା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ଏକାଦଶ ଶ୍ରେଣୀ ପାଠପଢା । ପୂଜା ଛୁଟି ପରେ ଆଜିଠୁ ଏକାଦଶ ଶ୍ରେଣୀ ପିଲାଙ୍କର ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ । ନାମଲେଖା ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଥିବାରୁ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ପାଦ ଥାପିବେ । ଏଥିପାଇଁ ରାଜ୍ୟର ସମସ୍ତ କଲେଜରେ ବ୍ୟାପକ ବ୍ୟବସ୍ଥା ହୋଇଛି ।

ବିଶେଷକରି କରୋନା ସଂକ୍ରମଣକୁ ନଜରରେ ରଖି କ୍ୟାମ୍ପସ ବିଶୋଧନ, ସାମାଜିକ ଦୂରତା ଉପରେ ପ୍ରାଥମିକତା ଦିଆଯାଇଛି । ପୂର୍ବାହ୍ନ ୧୦ଟାରୁ ସାଢ଼େ ଗୋଟାଏ ଯାଏ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଅନୁଷ୍ଠିତ ହେବାକୁ ଥିବାରୁ ଅଧିକାଂଶ କ୍ୟାମ୍ପସରେ ବିଶୋଧନ ହୋଇଛି । କଲେଜ ଖୋଲିବା ପୂର୍ବରୁ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ଗତ ସପ୍ତାହରେ ୪୦୦ରୁ ଅଧିକ ଯୁକ୍ତ୨ କଲେଜ ଅଧ୍ୟକ୍ଷମାନଙ୍କ ସହ ମଧ୍ୟ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ।

ରାଜ୍ୟରେ କରୋନା ସଂକ୍ରମଣ ଏବେ ବି ଜାରି ରହିଥିବାରୁ ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କ କ୍ଲାସ କରାଯିବ । ଅଭିଭାବକଙ୍କ ଅନୁମତି ନେଇ ଛାତ୍ରଛାତ୍ରୀମାନେ କ୍ଲାସରେ ଅଂଶଗ୍ରହଣ କରିପାରିବେ । ଏହାସହ ଯେଉଁ ଅଞ୍ଚଳରେ କଣ୍ଟେଣ୍ଟମେଣ୍ଟ ହୋଇଛି ସେଠାରେ ସ୍କୁଲ ଖୋଲିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’