Before Header

ଚୌଦ୍ୱାର ରୂପଯାତ୍ରା ଭସାଣି, ବିନା ଭକ୍ତରେ ମା’ଙ୍କ ମେଲାଣି

0 106

ଚୌଦ୍ୱାର(ବଡ଼ ଖବର): କଟକ ଜିଲ୍ଲା ଚୌଦ୍ୱାରର ଐତିହାସିକ କୁମାର ପୂର୍ଣ୍ଣିମା ରୂପ ଯାତ୍ରା ଚଳିତ ବର୍ଷ କୋଭିଡ୍ କଟକଣାରେ ନିରାଡ଼ମ୍ବରରେ ପାଳିତ ହୋଇଛି । ଆଜି ଭସାଣି ଉତ୍ସବକୁ ବିନା ଭକ୍ତରେ ସମାପନ କରାଯାଇଛି । କୋଭିଡ୍ କଟକଣା ଓ ପ୍ରଶାସନର ନିୟମାବଳୀ ଅନୁଯାୟୀ ପ୍ରତ୍ୟେକ ମେଢ଼ରେ ୭ ଜଣ ଲୋଖାଏ ରହି ମେଢ ଗୁଡିକୁ ବିସର୍ଜିତ କରିଥିଲେ । ସାହି ପରିକ୍ରମା ଓ ଭୋଗଖିଆ କାର୍ଯ୍ୟକ୍ରମ ନ କରାଯାଇ ଯାତ୍ରା ପଡିଆକୁ ମୂର୍ତ୍ତି ଗୁଡିକ ବିନା ରୋଷଣୀରେ ଅଣାଯାଇଥିଲା । ପଡିଆରେ ଯାତ୍ରା କମିଟି ତରଫରୁ ଛନ୍ଦା ଭୋଗ ପରେ ମେଢ ଗୁଡିକ ବିସର୍ଜନ ପାଇଁ ବାହାରିଥିଲେ । ପ୍ରଶାସନ ତରଫରୁ ନିର୍ମାଣ ହୋଇଥିବା ବିରୂପା ନିକଟ ଅସ୍ଥାୟୀ ପୁଷ୍କରିଣୀରେ ସମସ୍ତ ମେଢ ବିସର୍ଜନ କରାଯାଇଥିଲା । ଏହି ଭସାଣି ଉତ୍ସବରେ ମଠ ସାହି, ପ୍ରଧାନ ସାହି, ମରହଟ୍ଟା ସାହି, ତଳ ବଜାର, ବଡ଼ ବଜାର, ପ୍ରତାପ ନଗର, ଲକ୍ଷ୍ମୀନାରାୟଣ ସାହି, ନୂଆ ସାହି, କୁମ୍ଭୀର ସାହି, କମାର ସାହି, ମହାଜନ ସାହି, ମଙ୍ଗଳା ସାହି, କପାଳେଶ୍ବର (ବେହେରା ସାହି), ନବଗ୍ରହ ସାହି, ବଉଳେଇ ସାହି, ଖର୍ଦା ସାହି, ଗୁପ୍ତଶ୍ବର ସାହି, ବ୍ରାହ୍ମଣ ସାହି-ଏ, ତିନିକୋଣିଆ ବଜାର, ବ୍ରାହ୍ମଣ ସାହି-ବି, ମହାଲକ୍ଷ୍ମୀ ସାହି, ଓଟିଏମ୍ ଦୁର୍ଗା ବଜାର, ଗୋବିନ୍ଦଜିଉ ପାଟଣା, ବଡ଼ ବଜାର-ବି, ଏଟିଏମ୍ ବଜାର, କଳିଙ୍ଗ ବଜାର, ବନିକା, ମୁଣ୍ଡମାଳ, ଗଙ୍ଗାଧର ବଜାର, ବିରାଟ ବଜାର, କପାଳେଶ୍ବର, ସବର ସାହି, ପରିଡ଼ା ସାହି, ଗାନ୍ଧୀ ଛକ, ମହାବୀର ବଜାର, ହେଙ୍ଗୁଳେଇ ସାହି, କପାଳେଶ୍ବର (ନୂଆ ସାହି), ସାମଲ ସାହି, ବିରୂପା ବ୍ୟାରେଜ୍, କପାଳେଶ୍ବର ହରିଜନ ସାହିର ମେଢ ସାମିଲ୍ ହୋଇଥିଲା ।ସୁରକ୍ଷା ଦୃଷ୍ଟି ଲାଗି ପୋଲିସ୍ ପ୍ରଶାସନ ତରଫରୁ ୬ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଥିବା ବେଳେ ଏଡିସିପି ତ୍ରିନାଥ ମିଶ୍ର ଓ ଏସିପି ଅମରେନ୍ଦ୍ର ପଣ୍ଡା ଉପସ୍ଥିତ ଥିବା ବେଳେ ଚୌଦ୍ୱାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ମଧ୍ୟ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ସହ ଯାତ୍ରାକୁ ଶେଷ କରିବା ସହିତ ଚୌଦ୍ୱାର ବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ରୂପଯାତ୍ରା କମିଟିର ସଭାପତି ସୁବୋଧ କୁମାର ନାୟକଙ୍କ ସହିତ କାର୍ଯ୍ୟକ୍ରମ ସଭାପତି ପ୍ରଦୀପ କୁମାର ନାୟକ, ସଂପାଦକ ନାରାୟଣ ସ୍ବାଇଁ, ସହ ସଂପାଦକ ଦିଲ୍ଲୀପ ସାହୁ, କୋଷାଧ୍ୟକ୍ଷ ରବି ନାରାୟଣ ସାହୁ, ସୂର୍ଯ୍ୟ ନାରାୟଣ ଦାସ, କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ସମସ୍ତ ମେଢ଼ ମାଲିକ ମାନଙ୍କୁ ସମ୍ମାନିତ କରିବା ସହ ଛନ୍ଦା ଭୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.