Masthead

ଯୁଦ୍ଧରେ ଯାହା କିଛି ଘଟିଛି, ସେଥିପାଇଁ ରୁଷ ଦାୟୀ : ଜେଲେନସ୍କି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):   ରୁଷ ଏବଂ ୟୁକ୍ରେନ କ୍ଷୁଦ୍ଧକୁ ବର୍ଷେ ପରେ ବିତି ଗଲାଣି । ହେଲେ ଯୁଦ୍ଧ ବନ୍ଦ ହେବାର ନା ଧରୁ ନାହିଁ । ଦୁଇ ଦେଶ ମଧ୍ୟରେ ବାହାରି ପାରୁ ନାହିଁ ସମାଧାନର ରାସ୍ତା । ସ୍ଥତି ନିୟନ୍ତ୍ରଣକୁ ଆସୁ ନାହିଁ । ୟୁକ୍ରେନର ଏକ ସହର ପୋକ୍ରୋଭସ୍କରେ ରୁଷ ଏକ ମିସାଇଲ୍ ଆକ୍ରମଣ କରିଛି । ସହରର ଏକ ଆବାସିକ କୋଠାକୁ ଲକ୍ଷ୍ୟ କରାଯାଇ ଆକ୍ରମଣ କରାଯାଇଛି । ତେବେ ଏହି ଆକ୍ରମଣରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୧ଜଣ ଆହତ ହୋଇଛନ୍ତି । ରୁଷର ଏହି ଆକ୍ରମଣକୁ ୟୁକ୍ରେନ ନିନ୍ଦା କରିଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ମସ୍କୋ ଏକ ସାଧାରଣ ଆବାସିକ କୋଠାକୁ ଟାର୍ଗେଟ କରି ଆକ୍ରମଣ କରିଛି ।

ଏଥିସହ ଜେଲେନସ୍କି ଆକ୍ରମଣ ହୋଇଥିବା କୋଠାର ଭିଡିଓ ସେୟାର କରିଛନ୍ତି । ଏଥିରେ କୋଠାର ସଭା ଉପର ମହଲା ନଷ୍ଟ ହୋଇଯାଇଛି । ଆକ୍ରମଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜେଲେନସ୍କି ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଭଗ୍ନାଂଶ କୋଠାର ଆବର୍ଜନାଗୁଡିକ ସଫା କରାଯାଉଛି ଏବଂ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମକୁ ରୁଷର ଆତଙ୍କ ବନ୍ଦ କରିବାକୁ ପଡିବ। ୟୁକ୍ରେନକୁ ସାହାଯ୍ୟ କରୁଥିବା ଦୁନିଆର ସମସ୍ତ ଦେଶ, ଆମ ସହିତ ମିଶି ଆତଙ୍କବାଦୀଙ୍କୁ ପରାସ୍ତ କରିବେ। ଏହି ଭୟଙ୍କର ଯୁଦ୍ଧରେ ଯାହା କିଛି ଘଟିଛି, ସେଥିପାଇଁ ରୁଷ ଦାୟୀ ରହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା