Masthead

ଯୁଦ୍ଧରେ ଯାହା କିଛି ଘଟିଛି, ସେଥିପାଇଁ ରୁଷ ଦାୟୀ : ଜେଲେନସ୍କି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):   ରୁଷ ଏବଂ ୟୁକ୍ରେନ କ୍ଷୁଦ୍ଧକୁ ବର୍ଷେ ପରେ ବିତି ଗଲାଣି । ହେଲେ ଯୁଦ୍ଧ ବନ୍ଦ ହେବାର ନା ଧରୁ ନାହିଁ । ଦୁଇ ଦେଶ ମଧ୍ୟରେ ବାହାରି ପାରୁ ନାହିଁ ସମାଧାନର ରାସ୍ତା । ସ୍ଥତି ନିୟନ୍ତ୍ରଣକୁ ଆସୁ ନାହିଁ । ୟୁକ୍ରେନର ଏକ ସହର ପୋକ୍ରୋଭସ୍କରେ ରୁଷ ଏକ ମିସାଇଲ୍ ଆକ୍ରମଣ କରିଛି । ସହରର ଏକ ଆବାସିକ କୋଠାକୁ ଲକ୍ଷ୍ୟ କରାଯାଇ ଆକ୍ରମଣ କରାଯାଇଛି । ତେବେ ଏହି ଆକ୍ରମଣରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୧ଜଣ ଆହତ ହୋଇଛନ୍ତି । ରୁଷର ଏହି ଆକ୍ରମଣକୁ ୟୁକ୍ରେନ ନିନ୍ଦା କରିଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ମସ୍କୋ ଏକ ସାଧାରଣ ଆବାସିକ କୋଠାକୁ ଟାର୍ଗେଟ କରି ଆକ୍ରମଣ କରିଛି ।

ଏଥିସହ ଜେଲେନସ୍କି ଆକ୍ରମଣ ହୋଇଥିବା କୋଠାର ଭିଡିଓ ସେୟାର କରିଛନ୍ତି । ଏଥିରେ କୋଠାର ସଭା ଉପର ମହଲା ନଷ୍ଟ ହୋଇଯାଇଛି । ଆକ୍ରମଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜେଲେନସ୍କି ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଭଗ୍ନାଂଶ କୋଠାର ଆବର୍ଜନାଗୁଡିକ ସଫା କରାଯାଉଛି ଏବଂ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମକୁ ରୁଷର ଆତଙ୍କ ବନ୍ଦ କରିବାକୁ ପଡିବ। ୟୁକ୍ରେନକୁ ସାହାଯ୍ୟ କରୁଥିବା ଦୁନିଆର ସମସ୍ତ ଦେଶ, ଆମ ସହିତ ମିଶି ଆତଙ୍କବାଦୀଙ୍କୁ ପରାସ୍ତ କରିବେ। ଏହି ଭୟଙ୍କର ଯୁଦ୍ଧରେ ଯାହା କିଛି ଘଟିଛି, ସେଥିପାଇଁ ରୁଷ ଦାୟୀ ରହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା