Masthead

ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ଅଧିନାୟକ ପଦ ଛାଡ଼ିଲେ ଧୋନି

ଚେନ୍ନାଇ (ବଡ଼ ଖବର ବ୍ୟୁରୋ): ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ଅଧିନାୟକ ପଦ ଛାଡ଼ିଲେ ଧୋନି । ଆସନ୍ତାକାଲି ଉଦଘାଟନୀ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ପଦ ଛାଡ଼ିଲେ । ଧୋନିଙ୍କ ସ୍ଥାନରେ ଅଧିନାୟକ ହେବେ ରୁତୁରାଜ ଗାଏକ୍ବାଡ୍ । ଧୋନିଙ୍କ ନେତୃତ୍ବରେ ୫ଥର ଟାଇଟଲ ଜିତିଛି ଚେନ୍ନାଇ । ୨୦୧୯ରୁ ଋତୁରାଜ ଚେନ୍ନାଇ ସୁପର କିଙ୍ଗସର ଅବିଚ୍ଛେଦ ଅଙ୍ଗ ହୋଇ ରହିଛନ୍ତି। ଏହି ସମୟ ମଧ୍ୟରେ ସେ ଆଇପିଏଲ୍‌ରେ ୫୨ଟି ମ୍ୟାଚ୍ ଖେଳିଛନ୍ତି। ଧୋନିଙ୍କ ନେତୃତ୍ୱରେ CSK ୫ ଥର ଆଇପିଏଲ୍ ଟାଇଟଲ ଜିତିଛି।

୨୦୨୩ ଆଇପିଏଲ ମଧ୍ୟ ଜିତିଥିଲା ସିଏସ୍‌କେ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍‌ସକୁ ହରାଇଥିଲା ଦଳ। ଏହି ବିଜୟ ପରେ ଧୋନି ସ୍ପଷ୍ଟ କରିଥିଲେ ଯେ ସେ ୨୦୨୪ ଆଇପିଏଲ ଖେଳିବେ। ତା’ସହିତ ସେ ଆଇପିଏଲ୍‌ରୁ ତାଙ୍କ ଅବସର ନେଇ ହେଉଥିବା ଆଲୋଚନାର ଅବସାନ ଘଟାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ