Before Header

ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ଅଧିନାୟକ ପଦ ଛାଡ଼ିଲେ ଧୋନି

0 885

ଚେନ୍ନାଇ (ବଡ଼ ଖବର ବ୍ୟୁରୋ): ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ଅଧିନାୟକ ପଦ ଛାଡ଼ିଲେ ଧୋନି । ଆସନ୍ତାକାଲି ଉଦଘାଟନୀ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ପଦ ଛାଡ଼ିଲେ । ଧୋନିଙ୍କ ସ୍ଥାନରେ ଅଧିନାୟକ ହେବେ ରୁତୁରାଜ ଗାଏକ୍ବାଡ୍ । ଧୋନିଙ୍କ ନେତୃତ୍ବରେ ୫ଥର ଟାଇଟଲ ଜିତିଛି ଚେନ୍ନାଇ । ୨୦୧୯ରୁ ଋତୁରାଜ ଚେନ୍ନାଇ ସୁପର କିଙ୍ଗସର ଅବିଚ୍ଛେଦ ଅଙ୍ଗ ହୋଇ ରହିଛନ୍ତି। ଏହି ସମୟ ମଧ୍ୟରେ ସେ ଆଇପିଏଲ୍‌ରେ ୫୨ଟି ମ୍ୟାଚ୍ ଖେଳିଛନ୍ତି। ଧୋନିଙ୍କ ନେତୃତ୍ୱରେ CSK ୫ ଥର ଆଇପିଏଲ୍ ଟାଇଟଲ ଜିତିଛି।

୨୦୨୩ ଆଇପିଏଲ ମଧ୍ୟ ଜିତିଥିଲା ସିଏସ୍‌କେ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍‌ସକୁ ହରାଇଥିଲା ଦଳ। ଏହି ବିଜୟ ପରେ ଧୋନି ସ୍ପଷ୍ଟ କରିଥିଲେ ଯେ ସେ ୨୦୨୪ ଆଇପିଏଲ ଖେଳିବେ। ତା’ସହିତ ସେ ଆଇପିଏଲ୍‌ରୁ ତାଙ୍କ ଅବସର ନେଇ ହେଉଥିବା ଆଲୋଚନାର ଅବସାନ ଘଟାଇଥିଲେ।

Leave A Reply

Your email address will not be published.