Masthead

କଳିଙ୍ଗ ଷ୍ଟାଡିୟମରେ ଗୋଲ୍ ବର୍ଷା; ହାରିଲା ଭାରତ

ଭୁୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ଗୋଲ୍ ବର୍ଷାରେ ଭାରତ ଦୁଇ ଥର ଡୁବିଛି। ଚଳିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ସନ୍ଧ୍ୟା ମୁକାବିଲାରେ ଭାରତୀୟ ମହିଳା ଦଳକୁ ଗତ ଥରର ବିଜେତା ନେଦରଲାଣ୍ଡସ ୪-୨ରେ ହରାଇଥିଲା। ରାତିରେ ଅଲିମ୍ପିକ୍ସ କାଂସ୍ୟ ବିଜେତା ଭାରତୀୟ ପୁରୁଷ ଦଳକୁ ଇଂଲଣ୍ଡ ୩-୨ରେ ହରାଇଛି। ଏଥି ସହ ସୋମବାର ଖେଳାଯାଇଥିବା ୩ ମ୍ୟାଚରେ ମୋଟ ୨୧ ଗୋଲ୍ ଦେଖିବାକୁ ମିଳିଛି। ଖେଳାଯାଇଥିବା ପୁରୁଷ ବିଭାଗର ପ୍ରଥମ ମ୍ୟାଚ୍‌ରେ ଜର୍ମାନୀ ୮-୨ ଗୋଲ୍‌ରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା । ଭାରତୀୟ ପୁରୁଷ ଦଳ ସୋମବାର ମ୍ୟାଚରେ ଭଲ ଖେଳିଥିଲେ ମଧ୍ୟ ପ୍ରଭାବ ବିସ୍ତାର କରିପାରି ନଥିଲା। ଫଳରେ ହର୍ମନପ୍ରୀତ୍ ସିଂହଙ୍କ ଟିମ୍ ସପ୍ତମ ମ୍ୟାଚରୁ ତୃତୀୟ ପରାଜୟ ବରଣ କରିଛି। ଭାରତୀୟ ଦଳ ମ୍ୟାଚ୍‌ ସାରା ପଛରେ ରହି ୨-୩ରେ ହାରିଯାଇଥିଲା। ମ୍ୟାଚର ସମସ୍ତ ୫ଟି ଯାକ ଫିଲ୍ଡ ଗୋଲ୍ ଥିଲା।

ଘ‌ରୋଇ ଦଳ ପାଇଁ ୧୮ ମିନିଟ୍‌ରେ ଅଭିଷେକ ଓ ୩୯ତମ ମିନିଟରେ ସୁଖଜିତ୍ ସିଂହ ଗୋଲ୍ ଦେଇଥିଲେ। ଇଂଲଣ୍ଡ ପାଇଁ ୧୫ ମିନିଟ୍‌ରେ ଜ୍ୟାକବ୍ ପେଟନ୍‌ ଗୋଟିଏ ଗୋଲ୍ ଦେଇଥିବା ବେଳେ ପରବର୍ତ୍ତୀ ଦୁଇଟି ଦେଇଥିଲେ ଅଧିନାୟକ ସାମ୍ ୱାର୍ଡ । ପ୍ରଥମାର୍ଦ୍ଧ ସୁଦ୍ଧା ଇଂଲଣ୍ଡ ୩-୧ରେ ଆଗୁଆ ଥିବା ବେଳେ ଦ୍ବିତୀୟାର୍ଦ୍ଧରେ ଗୋଟିଏ ବି ଗୋଲ୍ ଦେଇପାରି ନଥିଲା। ମହିଳା ଦଳ ଭଳି ଭାରତୀୟ ପୁରୁଷ ଦଳ ମଧ୍ୟ ସୋମବାର ୮ ପେନାଲ୍ଟି କର୍ଣ୍ଣର ଅର୍ଜନ କରି ଗୋଟିଏ ବି ଗୋଲ୍ ପାଇ ନଥିଲା। ଇଂଲଣ୍ଡ ୪ଟି ପେନାଲ୍ଟି କର୍ଣ୍ଣରକୁ ବେକାର କରିଥିଲେ ମଧ୍ୟ ବାଜି ମାରିନେଇଥିଲା। ଭାରତର ପିସି ଅର୍ଜନ, ନେଦରଲାଣ୍ଡସର ଗୋଲ୍ । ଚଳିତ ଏଫ୍‌ଆଇଚ୍‌ ପ୍ରୋ ଲିଗରେ ଭାରତୀୟ ମହିଳା ଦଳ ସୋମବାର ଆଉ ଏକ ପରାଜୟ ବରଣ କରିଛି।

ନେଦରଲାଣ୍ଡସ ବିପକ୍ଷ ମୁକାବିଲାକୁ ସଲିମା ଟେଟେଙ୍କ ଦଳ ୨-୪ ଗୋଲରେ ହାରିଯାଇଛି। ଫଳରେ କଳିଙ୍ଗ ଷ୍ଟାଡିୟମରେ ଘରୋଇ ଦଳ ସପ୍ତମ ମ୍ୟାଚରୁ ଚତୁର୍ଥ ପରାଜୟ ବରଣ କରିଛି। ଏହି ମ୍ୟାଚରେ ଏକ ପାଲଟା ଦିଶା ନଜରକୁ ଆସିଥିଲା। ଭାରତୀୟ ଦଳ ପେନାଲ୍ଟି କର୍ଣ୍ଣର ଅର୍ଜନ କରିବାରେ ଲାଗିଥିଲା। ନେଦରଲାଣ୍ଡସ କିନ୍ତୁ ଗୋଲ୍ ଦେଇ ଚାଲିଥିଲା। ଭାରତ ସମ୍ପୂର୍ଣ୍ଣ ମ୍ୟାଚ‌ରେ ୧୬ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ମାତ୍ର ଦୁଇଟିକୁ ଗୋଲରେ ପରିଣତ କରିପାରିଥିଲା। ଅନ୍ୟପକ୍ଷରେ ଭଲ ଗତିରେ ଖେଳୁଥିବା ନେଦରଲାଣ୍ଡସ ମାତ୍ର ୩ଟି ପେନାଲ୍ଟି କର୍ଣ୍ଣର ଅର୍ଜନ କରି ଏଥିରୁ ଗୋଟିଏ ଗୋଲରେ ପରିଣତ କରିଥିଲା। ଅନ୍ୟ ୩ଟି ଚମତ୍କାର ଫିଲ୍ଡ ଗୋଲ୍‌ ନେଦରଲାଣ୍ଡ୍‌ସକୁ ସମ୍ପୂର୍ଣ୍ଣ ୩ ପଏଣ୍ଟ୍‌ ପ୍ରଦାନ କରିଥିଲା। ଫଳରେ ଭାରତୀୟ ଦଳ ଭେଟେରାନ୍ ଗୋଲରକ୍ଷିକା ସବିତାଙ୍କ ୩୦୦ତମ ମ୍ୟାଚ୍‌ ଫିକା ପଡ଼ିଯାଇଥିଲା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି